ଭୁବନେଶ୍ୱର: ପ୍ରଥମେ ଭଲ ପାଇବାର ଫାଶ ବସାଇବା, ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା, ପରେ ଜନୈକ ଯୁବତୀଙ୍କୁ ଅନ୍ତଃସତ୍ତ୍ୱା କରି ଧୋକାବାଜ ପ୍ରେମିକ ଫେରାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ପ୍ରେମିକା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେବାପରେ ଏବେ ୯ ମାସର ପୁଅକୁ ଧରି ନ୍ୟାୟ ପାଇଁ ଭିକ ମାଗୁଛି । ବଡଚଣା ପୋଲିସର ହାତ ଖାଲି ପଡିବା ସଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।ଏଭଳି ସଙ୍ଗୀନ ଅଭିଯୋଗ ଅ।ସିଛି ଯାଜପୁର ଜିଲ୍ଲା ବଡ ଚଣା ଥାନା ଅନ୍ତର୍ଗତ କୁନ୍ଦଳ ଗ୍ରାମରୁ । ଧୋକା ବାଜ ପ୍ରେମିକ ଜଣକ ହେଲେ ପ୍ରସନ୍ନ ନାୟକ, ପି-ନରହରି ନାୟକ,ଗ୍ରାମ- କଉଡକୋଲ ଥାନା ମାହାଙ୍ଗା, ଜିଲ୍ଲା କଟକ ।
ସେ ବଡଚଣା ଅନ୍ତର୍ଗତ ଥାନା କୁନ୍ଦଳ ଗ୍ରାମର ଜନୈକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ, ଫଳରେ ଝିଅଟି ଗର୍ଭବତୀ ହୋଇ ଥିବା ପରିବାର ଲୋକେ ଜାଣି ପାରିଥିଲେ । ଏହି ଘଟଣା ଜଣା ପଡିବା ପରେ ଧୂର୍ତ ପ୍ରେମିକ ଜଣକ ଫେରାର ହୋଇ ଯାଇଥିବା ବେଳେ ପରିବାର ପକ୍ଷରୁ ପିତା ସୁବର୍ଣ୍ଣ ସେନାପତି ବଡ ଚଣା ଥାନାରେ ଗତ ୨୬.୧୨.୨୦୧୯ ରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଅ।ଧାର କରି ବଡଚଣା ଥାନା ପକ୍ଷରୁ ଏକ ମାମଲା ଋଜ୍ଜୁ କରି ହାତ ବାନ୍ଧି ବସି ଯାଇ ଥିବା ବେଳେ ଅଦ୍ୟାବଧି ଅପରାଧୀଙ୍କୁ ଧରିବାକୁ ସକ୍ଷମ ହୋଇ ପାରିନାହିଁ ପୁଲିସ । ବାରମ୍ବାର ଥାନାକୁ ପିଡିତା ଓ ପରିବାର ପକ୍ଷରୁ ନ୍ୟାୟ ପାଇଁ ଧାଉଁ ଥିଲେ ସୁଦ୍ଧା ନିରାଶ ହୋଇଥିଲା ବେଳେ ଯାଜପୁର ଏସପିଙ୍କୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି । ବର୍ତ୍ତମାନ ପଡିତାଙ୍କ ୯ ମାସର ପୁଅ ଥିବାବେଳେ ନ୍ୟାୟ ନ ପାଇଲେ ଆତ୍ମହତ୍ୟା କରିବେ ଓ ଏଥିପାଇଁ ପୋଲିସ ଓ ପ୍ରଶାସନ ଦାୟୀ ରହିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।
ବର୍ତ୍ତମାନ ଅପରାଧୀ ଖୋଲା ଖୋଲି ଭାବରେ ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲି ଥିବା ବେଳେ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଲମ୍ପଟ ପ୍ରସନ୍ନର ଗତି ବିଧି ସମ୍ପର୍କରେ ସୂଚନା ଦିଅ।ଯିବା ପରେ ମଧ୍ୟ ପୋଲିସ ଅପରାଧୀକୁ ଖୋଜି ନ ପାଇବା ପୋଲିସର ଦାୟିତ୍ୱ ବଦ୍ଧତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି? | ତେବେ ଏହି ଘଟଣା ଏକ ସ୍ପର୍ଶ କତାର ଘଟଣା ହୋଇ ଥିବାରୁ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଓ ନିରୀହ ପିଡିତାଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କାରାଯାଉଥିବା ଦେଖିବାକୁ ମିଳିଛି । ତେବେ ଏହି ଘଟଣା ସମ୍ପର୍କରେ ଯାଜପୁର ଅ।ରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ପୀଡିତାଙ୍କ ପାରିବାର ପକ୍ଷରୁ ନ୍ୟାୟ ପାଇଁ ଦ୍ୱାରସ୍ତ ହୋଇ ଥିବା ସୂଚନା ମିଳିଛି ।