Odia News Portal

ଗୁଜୁରାଟର ୪ ସହରରେ ନାଇଟ୍ କର୍ଫ୍ୟୁ

ଅହମଦାବାଦ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ଦୈନିକ ସଂକ୍ରମଣ ୨୦ ହଜାର ଟପୁଛି ।ତେବେ ଏହାକୁ ଦୃଷ୍ଟିରେ ରଖି ୪ଟି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। କରୋନା ସଂକ୍ରମଣ ବଢ଼ିବା ପରେ ଗୁଜରାଟ ସରକାରଙ୍କ ପକ୍ଷରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି। ଅହମ୍ମଦାବାଦ, ବଡ଼ୋଦରା, ସୁରତ ଏବଂ ରାଜକୋଟରେ ନାଇଟ୍ କର୍ଫ୍ୟୁ ଲାଗୁ ପାଇଁ ଗୁଜରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଆସନ୍ତା କାଲିଠୁ ମାର୍ଚ୍ଚ ୩୧ ତାରିଖ ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ। ତେବେ ଆଜିଠୁ ଏଥିଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ରାତି ୧୨ଟାରୁ ଏହି ନିୟମ ଲାଗୁ ହେବ। କର୍ଫ୍ୟୁ ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଜରୁରୀ ସେବାକୁ ଛାଡି ଦେଲେ ଅନ୍ୟ ଗାଡିମଟର ଚାଳାଚଳ ଉପରେ ମଧ୍ୟ କଟକଣା ରହିବ। ସୋମବାର ରାଜ୍ୟରେ ୮୯୦ ମାମଲା ଚିହ୍ନଟ ହୋଇଥିଲା ।

ଏହାକୁ ଦେଖିବା ପରେ ଭାରତ-ଇଂଲଣ୍ଡ ତୃତୀୟ ଟି୨୦ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇଥିଲା । କେବଳ ଗୁଜୁରାଟ ନୁହେଁ ଅନେକ ରାଜ୍ୟରେ ମାମଲା ବଢୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି । ବୁଧବାର ଦିନ ସାଢେ ୧୨ଟାରୁ ବୈଠକ ହେବ । କୁହାଯାଉଛି ଯେ, ବୈଠକରେ ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଓ ଟିକାକରଣ ଉପରେ ଚର୍ଚ୍ଚା କରିପାରନ୍ତି ।