ଭୁବନେଶ୍ବର: ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭରୁ ଆଜି ପୁଣିଥରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ଉଭୟ ଶାସକ-ବିରୋଧୀ ଗୃହରେ ପ୍ରବଳ ହଟ୍ଟଗୋଳ କରିବା କାରଣରୁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ଯାହାଫଳରେ ଆଜି ବି ପ୍ରଥମରୁ ଚାଲିପାରିନାହିଁ ଗୃହ ।
ଚାଷୀଙ୍କ ମଣ୍ଡି ସମସ୍ୟାକୁ ନେଇ ଗୃହ ଆରମ୍ଭରୁ ମଧ୍ୟଭାଗକୁ ଆସି କଂଗ୍ରେସ ଓ ବିଜେପିର ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ । ସେହିଭଳି ଗୃହରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ କ୍ଷମା ମାଗନ୍ତୁ ବୋଲି ଦାବି କରି ଶାସକ ବିଜେଡିର ସଦସ୍ୟ ମଧ୍ୟ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଆଉ ପ୍ରବଳ ହଟ୍ଟଗୋଳ ଭିତରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।