Odia News Portal

ଅବକାରୀ ବିଭାଗ ଦ୍ୱାରା ୧୨ଶହ ଲିଟର ପୋଚ ନଷ୍ଟ

ପୁରୀ: ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ବିକ୍ରି ଉପରେ କଡା ନଜର ରଖାଯାଇ ଥିବା ବେଳେ ଏ ନେଇ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଜି ପୁରୀ ର ବାରବାଟୀ ମଶାଣି ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣ ଦେଶୀ ମଦ ତିଆରିରେ ଲାଗୁ ଥିବା ପୋଚ ଗୁଡିକ ନଷ୍ଟ କରାଯାଇଛି। ଅବକାରୀ ବିଭାଗ ର ଅଧିକାରୀ ଲକ୍ଷ୍ମୀଧର ପ୍ରଧାନଙ୍କ ନେତୃତ୍ୱରେ ଏହି ଚଢଉ କରାଯାଇ ଥିବା ବେଳେ ୧୨ଶହ ଲିଟର ପୋଚକୁ ନଷ୍ଟ କରାଯାଇଛି। ଯାହାକି ଦେଶୀ ମଦ ତିଆରି ରେ ବ୍ୟବହାର ହୋଇଥାଏ। ତେବେ ଏକ ନଳା ଭିତରେ ଏହା ପୋତା ହେବା ଅବସ୍ଥାରେ ଉଦ୍ଧାର କରାଯାଇ ଥିବା ବେଳେ ଏହି ବ୍ୟବସାୟ ଲିପ୍ତ ଥିବା ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।