Odia News Portal

ବିଧାନସଭାରେ ତେଜିଲା ଧାନ ତାତି

ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଣ୍ଡି ସମସ୍ୟାକୁ ନେଇ ତାତିଛନ୍ତି ବିରୋଧୀ ।ତେବେ ଧାନ କିଣା ସମସ୍ୟା ନେଇ ବିଧାନସଭାରେ ବାଚସ୍ପତିଙ୍କ ରୁଲିଂ | ସେହିଭଳି ଆଜି ଦିନର କାର୍ଯ୍ୟ ସରିବା ପୂର୍ବରୁ ଗୃହରେ ବିବୃତି ଦେବେ ମନ୍ତ୍ରୀ | ଧାନ କିଣା ନେଇ ବିବୃତି ଦେବାକୁ ବାଚସ୍ପତିଙ୍କ ରୁଲିଂ |ଆଜିର ପ୍ରଶ୍ନକାଳ ଆରମ୍ଭରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ ହଙ୍ଗାମା କରିଛନ୍ତି । ଗୃହ ମଧ୍ୟଭାଗକୁ ମାଡି ଆସି ବିରୋଧୀ ହୋହାଲ୍ଲା କରିବାରୁ ପ୍ରଶ୍ନକାଳ ଚାଲି ପାରିନଥିଲା । ଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ରଖିଥିବା ସମୟରେ ପୁଣି ଗୃହ ମୁଲତବୀ ହୋଇଛି । ଗୃହକୁ ଅପରାହ୍ଣ ୪ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଧାନମଣ୍ଡି ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ପ୍ରକୃତ ଚାଷୀଙ୍କଠାରୁ ଧାନ କିଣାଯାଉନଥିବା ଦଳ ଅଭିଯୋଗ କରିଛି। ସବୁ ଚାଷୀଙ୍କ ଧାନ କିଣାଯିବ ବୋଲି କହିଥିଲେ । କିନ୍ତୁ ମିଛ ଚାଷୀଙ୍କଠାରୁ ଧାନ କିଣାଯାଉଥିବାରୁ ଏହାର ପ୍ରତିବାଦ କରାଯାଇଛି ବୋଲି ବିରୋଧୀ କହିଛନ୍ତି ।

ଏହି ପ୍ରସଙ୍ଗରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରକହିଛନ୍ତି, ‘ଆମେ ଆଲୋଚନା କରିବା ପରେ ଯଦି କାର୍ଯ୍ୟ କରି ନ ହେଉଛି ତେବେ ଗୃହ ଚାଲିବ କାହିଁକି। ସରକାର ଗୃହର ଗାରିମା ଭାଙ୍ଗିଛନ୍ତି। ବାଚସ୍ପତି ମହୋଦୟ ଆପଣ ଯେଉଁ ନିର୍ଦେଶ ଦେଇଛନ୍ତି, ଗୃହ ଯେଉଁ ନିଷ୍ପତ୍ତି ନେଇଛି ତାହା ଯଦି କାର୍ଯ୍ୟକାରୀ ହୋଇପାରୁନି, ତେବେ ଲୋକଙ୍କ ବିଶ୍ୱାସ କେମିତି ରହିବ। ଆଜି ବି ଅନେକ ମଣ୍ଡିରେ ଧାନ ପଡ଼ିଛି ଗାଈଗୋରୁ ଖାଉଛନ୍ତି, ଆମକୁ ଲୋକେ ପଚାରୁଛନ୍ତି। ତେଣୁ ଆମେ ଦାବି କରୁଛୁ, ସରକାର ତୁରନ୍ତ ଧାନ ଉଠାନ୍ତୁ ।

ଠିକ୍ ସେହିପରି ଗୃହରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଉଦବେଗ ପ୍ରକାଶ କରି କହିଛନ୍ତି, ‘ ଯେ ପର୍ଯ୍ୟନ୍ତ ଧାନ ଉଠୁନି, ସେ ପର୍ଯ୍ୟନ୍ତ ବିଧାନସଭା ଚାଲିବାକୁ ଆମେ ଦେବୁନି। ବିଜେଡି ନେତା କହି ପାରୁନାହାନ୍ତି ଆମ ଦ୍ୱାରା କୁହାଉଛନ୍ତି। ସମସ୍ତଙ୍କ ଆତ୍ମା କାନ୍ଦୁଛି। ଶାସକ ଦଳର ନେତାମାନେ ଲବିରେ କହିଲେ, ଭଲ କରିଛ ଧାନ ପ୍ରସଙ୍ଗ ଉଠାଇଛ। ନବୀନ ପଟ୍ଟନାୟକ କୌଣସି ନେତାଙ୍କୁ ଅଧିକାର ଦେଇନାହାନ୍ତି ଗୃହରେ ନିଜ ସମସ୍ୟା କହିବା ଲାଗି। ହାତ ଯୋଡ଼ି କହୁଛି, ସବୁ ଧାନ ଉଠାଇବା ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ।’ ଅନ୍ୟପଟେ ବିଜେଡି କହିଛି ବିରୋଧୀ ଅଯଥାରେ ଜାଣିଶୁଣି ବିଧାନସଭାକୁ ଅଚଳ କରୁଛନ୍ତି ।