ନୂଆଦିଲ୍ଲୀ: ତେଲ ପାଇଁ ରାଜ୍ୟସଭାରେ ହଙ୍ଗାମା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟସଭାରେ ଆଜି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି । ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବି ନାରାବାଜି କରିଥିଲେ । ଫଳରେ ରାଜ୍ୟସଭା ସଭାପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ହଙ୍ଗାମା ଯୋଗୁଁ ପ୍ରଥମେ ଗୃହକୁ ଦିନ ୧୧ଟା ଓ ପରେ ଦିନ ଗୋଟାଏ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ସଭାପତି ।
ତେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ଗୃହରେ ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଦିନ ୧୧ଟା ଯାଏଁ ସଭାପତି ମୁଲତବୀ ଘୋଷଣା କରାଯାଇଥିଲା । ଦିନ ୧୧ଟା ପରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ତୈଳଦର ବୃଦ୍ଧି ସମ୍ପର୍କରେ ଆଲୋଚନା ପାଇଁ ବିରୋଧୀ ଅଡିବସିଥିଲେ । ସଭାପତି ଏହାକୁ ଗ୍ରହଣ କରିନଥିଲେ । ଫଳରେ ଗୃହକୁ ଦିନ ଗୋଟାଏ ଯାଏଁ ମୁଲତବୀ ଘୋଷଣା କରାଯାଇଛି ।