ନୂଆଦିଲ୍ଲୀ: ଆଜି ଟିକା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ | ବୁଧବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀର ଆର.ଆର୍ ହସ୍ପିଟାଲରେ କୋଭିଡ-୧୯ ଟିକାର ପ୍ରଥମ ଡୋଜ ନେଇଛନ୍ତି ।
ରାଷ୍ଟ୍ରପତିଙ୍କ ସରକାରୀ ଆକାଉଣ୍ଟ ଟ୍ୱିଟ୍ କରି ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଇତିହାସର ସବୁଠାରୁ ବଡ ଟିକାକରଣ ଡ୍ରାଇଭ୍ କୁ ସଫଳତାର ସହ କାର୍ଯ୍ୟକାରୀ କରୁଥିବା ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀ ଏବଂ ପ୍ରଶାସକଙ୍କୁ ରାଷ୍ଟ୍ରପତି ଧନ୍ୟବାଦ ଜଣାଇବା ସହ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଟିକାକରଣ ପାଇଁ ଅନୁରୋଧ କରିଛନ୍ତି ।
ମାର୍ଚ୍ଚ ୧ ଠାରୁ କେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ସମୟରେ ଟିକା ଗ୍ରହଣ କରୁଛନ୍ତି ୬୦ରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି ଏବଂ ୪୫ ବର୍ଷରୁ ଅଧିକ ରୋଗରେ ଆକ୍ରାନ୍ତ ୨,୦୮,୭୯୧ ଜଣଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରକ୍ଷାମନ୍ତ୍ରୀ ରାଜନାଥ୍ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀମାନେ ଟିକା ନେବା ପରେ ଲୋକମାନଙ୍କର ଟିକା ପ୍ରତି ବିଶ୍ୱାସ ବୃଦ୍ଧି ପାଇଛି ।