ଭୁବନେଶ୍ୱର: ବଦଳିଲା ସ୍କୁଲ୍ ଟାଇମ୍ । ପ୍ରଚଣ୍ଡ ଖରା ପାଇଁ ସକାଳୁଆ ସ୍କୁଲର ସମୟ ପରିବର୍ତ୍ତନ କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ । ତେବେ ନବମ, ଏକାଦଶ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ସ୍କୁଲ ସମୟ ଅପରିବର୍ତ୍ତିତ ଥିବାବେଳେ କେବଳ ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ପରିବର୍ତ୍ତନ କରିଛି ବିଭାଗ । ତେବେ ଦଶମ, ଦ୍ୱାଦଶ ପିଲାମାନଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ । ତେବେ ପୂର୍ବରୁ ଦଶମ, ଦ୍ୱାଦଶ ପିଲାଙ୍କ ସ୍କୁଲ ସମୟ ୯ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଥିଲା ଏବଂ ନବମ ଓ ଏକାଦଶ ଶ୍ରେଣୀର ସ୍କୁଲ ସମୟ ୭ରୁ ୯ଟା ଥିଲା କିନ୍ତୁ ଏବେ ଅସହ୍ୟ ଖରା ଯୋଗୁଁ ସ୍କୁଲ ପିଲାଙ୍କ ସମୟ ପରିବର୍ତ୍ତନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ।
ଫେବୃଆରୀ ମାସ ନ ସରୁଣୁ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି। ରାଜ୍ୟର ଅନେକ ସହରରେ ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଶୁକ୍ରବାର ଚିଠି ଲେଖିଥିଲେ। ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପରି ଦଶମ ଏବଂ ଦ୍ଵାଦଶ ପିଲାଙ୍କ ପାଇଁ ସକାଳୁଆ ଟାଇମ୍ରେ ପରିବର୍ତ୍ତନ କରି ୮ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।