କ’ଣ ଆପଣବି ଆପଣଙ୍କ ଘରେ ମନିପ୍ଲାଣ୍ଟ୍ ଗଛ ଲଗାଇଛନ୍ତି ? ନା’ ଏହି ଗଛ ଲଗାବା ପାଇଁ ଭାବୁଛନ୍ତି ? ଏହି ଖାସ୍ କଥା ଆପଣଙ୍କ ପାଇଁ । କୁହାଯାଏ କି ଘରେ ମନିପ୍ଲାଣ୍ଟ୍ ଲଗାଇବା ଦ୍ବାରା ଘରକୁ ସୁଖ ସମ୍ବବୃଦ୍ଧି ସହିତ ଧନର ଆଗମନ ହୋଇଥାଏ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ଉଚିତ୍ ଦିଗରେ ନଲଗାନ୍ତି ତେବେ ଆପଣଙ୍କର ଲାଭ ହେବା ବଦଳରେ କ୍ଷତି ହୋଇଥାଏ । ଜାଣନ୍ତୁ କେଉଁ ଦିଗରେ ରଖିବେ ମନିପ୍ଲାଣ୍ଟ୍ ଗଛ ।
• ଘରେ ମନିପ୍ଲାଣ୍ଟକୁ କଦାପି ଉତ୍ତର ପୂର୍ବ ଦିଗରେ ରଖିବା ଉଚିତ୍ ନୁହେଁ କାରଣ ଏହି ଦିଗରେ ମନିପ୍ଲାଣ୍ଟକୁ ରଖିବା ଦ୍ବାରା ଆପଣଙ୍କୁ ଆର୍ଥିକ ଶଙ୍କଟ ପଡିପାରେ ଏହା ସହିତ ଘରକୁ ଆଶାନ୍ତି ପ୍ରବେଶ କରିଥାଏ ।
• ଅଧିକାଂଶ ସମୟରେ ଯେତେବେଳେ ମନିପ୍ଲାଣ୍ଟ ବଢି ଯାଇଥାଏ ସେତେବେଳେ ତାହାକୁ ମାଟିରେ ପକାଇ ଦେଇଥାନ୍ତି କିନ୍ତୁ ଏପରି କରିବା ପୁରାପୁରି ଭୁଲ ହୋଇଥାଏ । ଏହିପରି କରିବା ଦ୍ବାରା ସଂପର୍କ ଉପରେ ନେଗେଟିଭ୍ ପ୍ରଭାବ ପଡିଥାଏ ଏହା ସହିତ ଆପଣଙ୍କ ଉପରେ ଅନେକ ପ୍ରକାରର ଅସୁବିଧାକୁ ସାମ୍ନା କରିବାକୁ ମଧ୍ୟ ପଡିଥାଏ ।
• ସର୍ବଦା ମନିପ୍ଲାଣ୍ଟକୁ ଉପରୁଆ ଲଗାଇବା ଉଚିତ୍ ।
• ଯଦି ଆପଣ ମନିପ୍ଲାଣ୍ଟକୁ ବୋତଲରେ ଲଗାଉଛନ୍ତି ତେବେ ଏହାର ପାଣିକୁ ପ୍ରତ୍ୟେକ ଦିନ ବଦଳାନ୍ତୁ । କେବେବି ଆପଣ ନିଜର ଗଛକୁ ଝାଉଁଳିବା ପାଇଁ ଦିଅନ୍ତୁ ନାହିଁ କାହିଁକିନା ଗଛ ଶୁଖିଯିବାମାନେ ଆପଣଙ୍କ ଘର ପାଇଁ ଠିକ୍ ହୋଇ ନଥାଏ ।