ଭୁବନେଶ୍ୱର: ଘୋଷଣା ହେଲା +୨ ପରୀକ୍ଷା ସୂଚୀ | ମେ ୧୮ରୁ ଜୁନ ୧୨ ପର୍ଯ୍ୟନ୍ତ ଚାଲିବ +୨ ପରୀକ୍ଷା | ଏନେଇ ସୂଚନା ପ୍ରଦାନ କରିଛନ୍ତି ସ୍କୁଲ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ |ଚଳିତ ବର୍ଷ କରୋନା ସଂକ୍ରମଣକୁ ନଜରରେ ରଖି ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ହେବ +୨ ପରୀକ୍ଷା | କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ସହ ଧନ୍ଦାମୂଳକ ଶିକ୍ଷାର ହେବ ପରୀକ୍ଷା । ତେବେ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ମେ ୨୮ରୁ ଆରମ୍ଭ ହେବ । ଚଳିତବର୍ଷ ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।
ଚଳିତବର୍ଷ ବିଜ୍ଞାନ ବିଭାଗରେ ଇଂରାଜୀ ବଦଳରେ ଫିଜିକ୍ସ ପରୀକ୍ଷା ପ୍ରଥମେ ହେବ । ଏହାପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ଯୁକ୍ତ ୨ ପରୀକ୍ଷା ପାଇଁ ଭିନ୍ନ ରଣନୀତି ଆପଣାଇଥିଲା ଗଣଶିକ୍ଷା ବିଭାଗ । କରୋନାର ପ୍ରକୋପ କମିବା ମାତ୍ରେ +୨ ଛାତ୍ରଛାତ୍ରୀଙ୍କର କ୍ଲାସ ଆରମ୍ଭ ହୋଇଥିଲା ।