ଭୁବନେଶ୍ୱର: ଚିନ୍ତା ବଢ଼ାଇଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକି ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ସାବ୍ୟସ୍ତ ହେଉଛି । ତେବେ ୨ଦିନ ସ୍ଥିର ରହିବା ପରେ ରାଜ୍ୟରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢ଼ିଥିବାର ସୂଚନା ମିଳିଛି। ଆଜି କାଲିମେଳାରେ ପେଟ୍ରୋଲ ଲିଟର ପିଛା ଦର ସର୍ବାଧିକ ୯୭ଟଙ୍କା ୧୪ ପଇସାରେ ପହଞ୍ଚିଛି ।ସେହିଭଳି ଡିଜେଲ ଦର ସର୍ବାଧିକ ୯୭ ଟଙ୍କା ୧୪ ପଇସାରେ ପହଞ୍ଚିଛି । ମାଲକାନଗିରିରେ ପେଟ୍ରୋଲ ଦର ୯୬ଟଙ୍କାରୁ ଅଧିକ ରହିଥିବା ସମୟରେ ୧୦୦ ଟପିଛି ଡିଜେଲ ଦର । ମାଓ ଅଧ୍ୟୁଷିତ ଏହି ଦୁଇ ଜିଲ୍ଲାରେ ପେଟ୍ରୋଲର ଦର ୧୦୦ ଛୁଇଁଛି।
ଠିକ୍ ସେହିପରି ଯୋଡ଼ାରେ ପେଟ୍ରୋଲର ଲିଟର ପ୍ରତି ଦର ୯୩ଟଙ୍କା ଓ ଡିଜେଲ ୯୦ ଟଙ୍କାରୁ ଅଧିକ ରହିଥିବା ଜଣାଯାଇଛି। ସମ୍ବଲପୁର ଭୁବନେଶ୍ୱର ଓ ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ଦର ୯୨ଟଙ୍କାରୁ ଅଧିକ ରହିଥିବା ସମୟରେ ଡିଜେଲ ଦର ୮୯ଟଙ୍କାରୁ ଅଧିକ ରହିଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୮୮ ଟଙ୍କା ୯୫ ପଇସା ହୋଇଛି।