କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଘଟଣାରେ କେନ୍ଦ୍ରୀୟ ଟିମ୍ ର ତାଗିଦ୍ । ମାସେ ପର୍ଯ୍ୟନ୍ତ ସଜାଗ ରହିବାକୁ ତାଗିଦ କରିଛନ୍ତି କେନ୍ଦ୍ରୀୟ ଟିମ୍ ।କେନ୍ଦ୍ରୀୟ ଟିମ୍ କର୍ଲାପାଟ ଯାଇ ସପ୍ତମ ହାତୀ ଓ ଦ୍ୱିତୀୟ ମୃତ ଗାଈକୁ ଠାବ କରିଥିଲେ । ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହେବା ପରେ, କିପରି ଅଭୟାରଣ୍ୟର ହାତୀ ସଂକ୍ରମିତ ହେଲେ ସେ ନେ଼ଇ ୫ଟି ସ୍ଥାନରୁ ସାମ୍ପୁଲ ନେଇଛି ଟିମ୍ ।
ତେବେ ଗତ ୨୦ ଦିନ ମଧ୍ୟରେ କର୍ଲାପାଟରେ ୭ଟି ହାତୀଙ୍କ ମୃତ୍ୟୁ ହୋଇଥିଲା ।ସେହିଭଳି ୮ଟି ଗୋଠ ମଧ୍ୟରୁ ୬ଟି ହାତୀଙ୍କ ମୃତ୍ୟୁ ହୋଇଛି ।ତେବେ କର୍ଲାପାଟ ପଂଚାୟତର ପ୍ରାଣୀଧନ ସହାୟତା କେନ୍ଦ୍ରର ନିରୀକ୍ଷକ ଗଣେଶରାମ ପୁଝାରୀଙ୍କୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି । ହାତୀ ମଡ଼କ ନେଇ ଯାଞ୍ଚ୍ କରିବା ପରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ଏନେଇ ଆଲୋଚନା କରିଥିଲେ । ଅନ୍ୟପଟେ କର୍ଲାପାଟ ଅଭୟାରଣ୍ୟରେ ପୂର୍ବରୁ ୧୭ଟି ହାତୀ ଠାବ ହୋଇଥିଲା । ଏହି ହାତୀମାନେ ୨ଟି ଗୋଷ୍ଠୀରେ ରହୁଥିଲେ । ଗୋଟିଏ ଗୋଠରେ ୮ଟି ଓ ଅନ୍ୟ ଗୋଠରେ ୯ଟି ହାତୀ ରହୁଥିଲେ ।