Odia News Portal

ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବନି: ଡ଼ିଏମଇଟି

ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସ୍ଥିତି ଜଟିଳ ହେବା ପରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଡ଼ିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ବର୍ତମାନ ସ୍ଥିତିରେ ଦୈନିକ ସଂକ୍ରମଣ ନେଇ ଲକଡ଼ାଉନ୍ କଥା ନାହିଁ । ହେଲେ ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବ ନାହିଁ । ମହାରାଷ୍ଟ୍ର ଓ କେରଳରେ ଲକଡ଼ାଉନ୍ ଓ କିଛି ସ୍ଥାନରେ ନାଇଟ କର୍ଫ୍ୟୁ ହୋଇଛି । ହେଲେ ବ୍ରିଟେନ ଓ ଆମେରିକା ପରି ସଂକ୍ରମଣ ବଢିନି ।

ଲୋକେ ନିଜେ ସଚେତନ ରହିଲେ, ଲକଡ଼ାଉନ ଏଡ଼ାଇ ହେବ । ପ୍ରତିଦିନ ଆମ ସର୍ଭିଲେନ୍ସ ଟିମ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତିି । କିନ୍ତୁ ୪କୋଟି ଲୋକଙ୍କୁ ପାଖକୁ ଯାଇ ହେବନି । ତେଣୁ ଯେଉଁ ଲୋକଙ୍କ ନିକଟରେ କିଛି ଲକ୍ଷଣ ଦେଖାଯାଉଛି, ସେମାନେ ନିଜେ ଜଣାନ୍ତୁ ଓ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି କହିଛନ୍ତି ଡ଼ିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ।