ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ତାଘାଟି ମୁଦଲିପଡାରେ ସ୍ଥାପିତ ହେଲା ବି ଏସ ଏଫ କ୍ୟାମ୍ପ | ଗତ କିଛି ମାସ ପୁର୍ବରୁ ମାଓଗଡ କୁହାଯାଉଥିବା ଆଣ୍ଡ୍ରାହାଲରେ ସ୍ଥାପନ କରାଯାଇଥିଲା ବି ଏସ ଏଫ କ୍ୟାମ୍ପ | ବର୍ତ୍ତମାନ ମୁଦଲିପଡାରେ କ୍ୟାମ୍ପ ସ୍ଥାପନ ପରେ ମାଓ ଅଞ୍ଚଳରେ ଲାଲବାହିନୀକୁ ଲାଗିଛି ଆଉ ଏକ ଝଟକା | ଦିନେ ଏହି ଅଞ୍ଚଳ ଗୁଡିକକୁ ନିଜ ଅକ୍ତିଆରରେ ରଖିଥିଲେ ମାଓବାଦୀ | ପ୍ରଶାସନ ହେଉ ଅଥବା ରାଜନେତା ଦଶନ୍ଧି ଦଶନ୍ଧି ଧରି କାହାରି ପାଦ ପଡିନାହିଁ ଏହି ଅଞ୍ଚଳରେ ଯେଉଁଥିପାଇଁ ଏହି ଅଞ୍ଚଳର ବିକାଶଧାରାରୁ ହଜି ଯାଇଥିଲା | ଏହାର ଫାଇଦା ଉଠେଇ ଚାଲିଥିଲେ ଲାଲଗଡର ଲାଲବାହିନୀ | ଯେଉଁଥିରେ ଆଉ ଏକ ଅଙ୍କୁଶ ଲାଗିଛି |
ସୂଚନାନୁଯାୟୀ,.ମାଲକାନଗିରି ଜିଲ୍ଲାର ମାଓଗଡ କୁହାଯାଉଥିବା ବଣ୍ତାଘାଟିର ଆଣ୍ଡ୍ରାହାଲ ପରେ ଏବେ ମୁଦଲିପଡାରେ ଲାଗିଲା ସୁରକ୍ଷା ବାହନୀଙ୍କ ଆଉ ଏକ କ୍ୟାମ୍ପ | ଯାହା କି ଆଗାମୀ ଦିନରେ ମାଓବାଦୀଙ୍କ ଗତି ବିଧି ଉପରେ ନଜର ରଖିବା ସହ ଅଞ୍ଚଳର ବିକାଶଧାରାକୁ ତ୍ୱରାନ୍ୱିତ କରିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଛନ୍ତି । ଅନ୍ୟପଟେ ଗ୍ରାମବାସୀ ଅଞ୍ଚଳର ବିକାଶ ହେବା ସହ ମାଓ ଅତ୍ୟାଚାରରୁ ମୁକ୍ତ ହେବ ବୋଲି ଆସ୍ୱସ୍ଥି ଅନୁଭବ କରିଥିବା ପ୍ରକାଶ କରିଛନ୍ତି | ସ୍ୱାଭିମାନ ଅଞ୍ଚଳର ବିକାଶଧାରା ପରେ ବଣ୍ତାଘାଟିର ବିକାଶ ଉପରେ ରହିଛି ଅଞ୍ଚଳବାସୀଙ୍କ ନଜର
ରହିଛି |