ବ୍ରହ୍ମପୁର: ଝାରପଡା ଜେଲ ଫେରିବେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଝାରପଡା ଜେଲ ଅଣାଯିବ । ବ୍ରହ୍ମପୁର ଜେଲରୁ ସ୍ୱତନ୍ତ୍ର ଏସକର୍ଟରେ ତାଙ୍କୁ ଭୁବନେଶ୍ୱର ଝାରପଡା ଜେଲକୁ ଆଣିବ ପୋଲିସ । ଏଥିସହ ସୁରକ୍ଷା ଦୃଷ୍ଟିରୁ ପୋଲିସ ଏସକର୍ଟ ପାର୍ଟି ଆଉ ଏକ ଗାଡିରେ ତାଙ୍କ ସହ ଯିବେ ବୋଲି ଜଣାପଡିଛି ।ପ୍ରଦୀପ ଗୋଟିଏ ଗାଡିରେ ଯିବେ ଏବଂ ତାଙ୍କ ସହ କିଛି ପୋଲିସ ଅଧିକାରୀ ରହିବେ ।
ଟାଟା ମୋଟର୍ସରେ ନାଁରେ ଚାକିରି ଟଙ୍କା ଠକେଇ ନେଇ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୩ଟି ମାମଲାରେ ତାଙ୍କୁ ଝାରପଡାରୁ ଆଣି ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ରିମାଣ୍ଡ ଦିଆଯାଇଥିଲା । କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ୩ଦିନ ବ୍ରହ୍ମପୁର ଜେଲରେ ରଖାଯିବା ପରେ ପୁଣି ଝାରପଡା ପଠାଇ ଦିଆଯିବ ।
ତେବେ ଗତକାଲି ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାବେଳେ ଶରୀରରେ କଷ୍ଟ ଅନୁଭବ ସହ ଅଣ୍ଟା ବ୍ୟଥା ହେଉଥିବା ଦର୍ଶାଇ ଚିକିତ୍ସା ଯୋଗାଇ ଦେବାକୁ ଆବେଦନ କରିଥିଲେ ତାଙ୍କ ଓକିଲ । ଏମକେସିଜି ମେଡିସିନ ଓ ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସା ପରେ ତାଙ୍କୁ ୭ ଦିନ ପାଇଁ ମେଡିସିନ ଦିଆଯାଇଛି ।