ଯାଜପୁର: ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ବଏଫ୍ରେଣ୍ଡ ରାକେଶର ମୋବାଇଲ ଫୋନ ସମେତ ଘଟଣା ଦିନ ରାକେଶ ପିନ୍ଧିଥିବା ପୋଷାକକୁ ବି ଜବତ କରିଛି ପୋଲିସ । ଗୁରୁବାର ଦିନ ଅଭିଯୁକ୍ତ ରାକେଶର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଶୁକ୍ରବାର ପୁଣି ଜେଲ୍ ଯାଇଛି ରାକେଶ । ରିମାଣ୍ଡ ସମୟରେ ରାକେଶ ପାଖରୁ ସତ ଓଗାଲିଛି ଯାଜପୁର ପୋଲିସ । ତେବେ ଅଭିଯୁକ୍ତର ଲାଏ ଡିଟେକସନ୍ ଟେଷ୍ଟ କରାଯାଇପାରେ ବୋଲି ସୂଚନା ରହିଛି ।
ସେପଟେ ଭୁବନେଶ୍ୱରରୁ ଜବତ ହୋଇଛି ଶବ ବୁହା ହୋଇଥିବା ସ୍କୁଟି ।ଅନ୍ୟପକ୍ଷେ ରାକେଶର ସାନ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ କୁଆଖିଆ ଥାନାକୁ ଡକାଯାଇ ପଚରାଉଚରା କରାଯାଇଛି ।ତେବେ ଝରାଫୁଲଙ୍କ ମୃତ୍ୟୁ ଘଟଣାକୁ ଏହାରି ଭିତରେ ୯ ଦିନ ବିତିବା ପରେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାର ମୂଳରେ ପହଞ୍ଚି ପାରିନାହିଁ ପୋଲିସ । ଝରାଫୁଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ସାରିଥିବା ବେଳେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି । ଘଟଣାରେ ପୁଣି ଥରେ ରାକେଶକୁ ରିମାଣ୍ଡରେ ନେବାପାଇଁ ପୋଲିସ ଆବେଦନ କରିପାରେ ।