୪୦ ବର୍ଷ ବୟସରୁ ଅଧିକ ପୋଲିସ କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ମାଗିଛନ୍ତି ସରକାର । ରାଜ୍ୟ ଘରୋଇ ବିଭାଗକୁ ସାରା ରାଜ୍ୟର ପୋଲିସ ମାନେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ପଠାଇବା ଆରମ୍ଭ କରିଛନ୍ତି । ଏହି ଡାକ୍ତରୀ ରିପୋର୍ଟ ପାଇବାପରେ ଅସୁସ୍ଥ ଥିବା ପୋଲିସ କର୍ମଚାରୀ ମାନଙ୍କୁ ଚିକିତ୍ସା କରାଯାଇ ଫିଟ୍ କରାଯିବ ।
ଆଜି କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ରକ୍ତ ସର୍କରା, ଲୋହିତ ରକ୍ତକଣିକା, ଶ୍ବେତ ରକ୍ତକଣିକା, ରକ୍ତ ଚାପ, ହୃଦ୍ କ୍ରିୟା, ଇସିଜି ଆଦି ପରୀକ୍ଷା କରାଇ ରିପୋର୍ଟ ସଂଗ୍ରହ କରିଛନ୍ତି ।
ଆଜି ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ହାସଲ କରିଥିବା ଏହି ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ମଧ୍ୟରେ ଅଛନ୍ତି, କେନ୍ଦ୍ରାପଡା ର ଅତିରିକ୍ତ ଏସ୍ ପି ଗାଗାରିନ୍ ମହାନ୍ତି, ଡି ଏସ୍ ପି କାର୍ତ୍ତିକ ମଲ୍ଲିକ, ଟାଉନଥାନା ଇନ୍ସପେକ୍ଟର, ଜ୍ୟୋତି ରଞ୍ଜନ ସାମନ୍ତରାୟ, ସଦରଥାନା ଇନ୍ସପେକ୍ଟର ପ୍ରମୋଦ ମଲ୍ଲିକ, ମହିଳା ଇନ୍ସପେକ୍ଟର ରଶ୍ମିତା ବେହେରା, ସୁପ୍ରଭା ମହାପାତ୍ର ଆଦି ବରିଷ୍ଠ ପୋଲିସ ଅଧିକାରୀମାନେ ।