ଭୁବନେଶ୍ୱର: ନନ୍ଦନକାନନରେ ବାଘ ଛୁଆ ଲବ କୁଶ ଅସୁସ୍ଥ । କାମ ଦେଉନି ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା।ଯାହା ଫଳରେ ଏବେ ବାହାର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ବାଘ ଛୁଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବିଶେଷଜ୍ଞଙ୍କ ପରାମର୍ଶ ଲୋଡାଯାଇଛି । ଏଥିସହ ଓୟୁଏଟିର ସେଣ୍ଟର ଫର ଓ୍ୱାଇଲ୍ଡ ଲାଇଫ୍ ଡାକ୍ତରଙ୍କୁ ମଧ୍ୟ ବାଘ ଦୁଇଟିର ଚିକିତ୍ସାରେ ସାମିଲ କରାଯାଇଛି ।
ବର୍ଷକ ତଳେ ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଥିବା ବାଘ ସୈଫ ଔରସରୁ ବାଘୁଣୀ ସ୍ନେହା ଏହି ୨ ଛୁଆ ଜନ୍ମ ଦେଇଥିଲା। ପରେ ଏ ଦୁଇ ବାଘ ଛୁଆଙ୍କର ନାଁ ଲବ -କୁଶ ରଖାଯାଇଥିଲା। ତେବେ ଏହି ଦୁଇ ବାଘ ଛୁଆକୁ ମିଶାଇ ନନ୍ଦନକାନନରେ ବାଘସଂଖ୍ୟା ୨୭କୁ ବୃଦ୍ଧି ପାଇଛି।