ଯାଜପୁର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ହତ୍ୟା ଘଟଣାର ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା । ଘଟଣାସ୍ଥଳ ପରିଦର୍ଶନ କଲେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ଯାଜପୁର ଏସପି ଓ ସ୍ଥାନୀୟ ପୋଲିସକୁ ଭେଟିବେ ମହିଳା କମିଶନ ଅଧକ୍ଷା । ଗୁରୁବାର ଦିନ ମହିଳା କମିଶନ ଅଧ୍ୟକ୍ଷା କହିଥିଲେ ଏହା ଏକ ଏହା ଅତ୍ୟନ୍ତ ଲଜ୍ଜାଜନକ, ଅମାନବୀୟ ତଥା ଦୁଃଖଦ ଘଟଣା। ଯେଉଁ ଅମଣିଷ ଏପରି ନୃଶଂସ କାଣ୍ଡ ଘଟାଇଛନ୍ତି, ସେମାନେ ନିଶ୍ଚିତ ରୂପେ ଦଣ୍ଡ ପାଇବେ। ଏପରି ଘଟଣାକୁ ଦୃଢ଼ ନିନ୍ଦା କରୁଛି। ଝିଅଟି ପାଠ ପଢ଼ୁଥିଲା। ନିଜ ଭବିଷ୍ୟତ ପାଇଁ ସ୍ୱପ୍ନ ବି ଦେଖୁଥିଲା। ଯେଉଁମାନେ ତା’ ପ୍ରତି ଅତ୍ୟାଚାର କରିଛନ୍ତି ସେମାନେ ଦଣ୍ଡ ପାଇବେ।”
ଗତକାଲି ଝରାଫୁଲଙ୍କ ବାପା ଝିଅର ହତ୍ୟାକାଣ୍ଡ ପାଇଁ ତା’ର ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ଗତକାଲି ଦାୟୀ କରିଥିଲେ। ଏନେଇ ପୁଲିସ୍ ଗତକାଲି ଖୋଳତାଡ଼ ଆରମ୍ଭ କରିଥିବା ବେଳେ ଗତ ରାତିରେ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଆତ୍ମସମର୍ପଣ କରିଥିଲା ରାକେଶ । ତେବେ ଅଭିଯୁକ୍ତ ହତ୍ୟାକାଣ୍ଡ ସଂପର୍କରେ ପୋଲିସ ଆଗରେ ସବୁ ଗୁମର ଫିଟାଇଥିବା ଜଣାପଡ଼ିଛି ।ଝରାଫୁଲଙ୍କ ମୃତଦେହ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିବାରୁ ଏୟାରଫିଲ୍ଡ ଥାନା ପୁଲିସ୍ ରାକେଶକୁ ଯାଜପୁର ପୁଲିସ୍କୁ ହସ୍ତାନ୍ତର କରିଛି । ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ସ୍କୁଟି ଆରୋହୀ ଜଣକ ରାକେଶ ବୋଲି ପୂର୍ବରୁ ପୁଲିସ୍ ସୂଚନା ଦେଇଛି ।
ଅଭିଯୁକ୍ତ ରାକେଶ ଜଣେ ପାଇପ୍ ମିସ୍ତ୍ରୀ । ମୟୂରଭଞ୍ଜ ଯଶୀପୁରର ଝରାଫୁଲଙ୍କ ଗାଁରେ ଭୂତଳ ପାଇପ୍ ବିଛା କାମରେ ନିୟୋଜିତ ଥିଲା । ସେହିଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଉଭୟ ମିଳାମିଶା କରୁଥିବା ରେକେଶ ପୋଲିସ ଆଗରେ ମାନିଛି । ତେବେ ଝରାଫୁଲଙ୍କ କେଉଁ ପରିସ୍ଥିତିରେ କେଉଁଠି ମୃତ୍ୟୁ ହେଲା ସେ ରହସ୍ୟ ଉପରୁ ଏଯାଏଁ ପରଦା ହଟିନି ।