ଭୁବନେଶ୍ୱର : କଦଳୀ ଖାଇବାକୁ ସାଧାରଣତଃ ବହୁତ ଲୋକ ପସନ୍ଦ କରନ୍ତି ।ଆପଣ ସାଧାରଣତଃ ହଳଦିଆ ଚୋପା ବିଶିଷ୍ଠ କଦଳୀ ଖାଇଥିବେ ।କିନ୍ତୁ ନାଲି ଚୋପା କଦଳୀ ସମ୍ଭବତଃ ବହୁତ କ ଲୋକ ଖାଇଥିବେ । ଆଶ୍ଚର୍ଯ୍ୟ ଲାଗୁଛି କି ? ହଁ , ଆଜ୍ଞା ନାଲି କଦଳୀ ବି ଅଛି ।ତେବେ ଏହି ନାଲି କଦଳୀ ଖୁବ ସ୍ୱାଦିଷ୍ଟ ସାଙ୍ଗକୁ ପୋଷକ ତତ୍ୱରେ ଭରପୁର । ନାଲି କଦଳୀରେ ୧୧ ପ୍ରତିଶତ ଖଣିଜ ,୬ ପ୍ରତିଶତ ଭିଟାମିନ ,ଫାଇବର ଓ କାର୍ବୋହାଇଡ଼୍ରେଟ୍ ରହିଛି । ସେଥିପାଇଁ ଏହି କଦଳୀ ଖାଇବା ମାତ୍ରେ ଶରୀରକୁ ଶକ୍ତି ମିଳିଥାଏ ।
ନାଲି କଦଳୀରେ ଆହୁରି ଅନେକ ଗୁଣ ରହିଛି ।ସାଧାରଣ କଦଳୀ ଠାରୁ ନାଲି କଦଳୀରେ ଅଧିକ ପୋଷକ ତତ୍ୱ ରହିଛି । ଏହାର ସ୍ୱାଦ ମଧ୍ୟ ଭିନ୍ନ । ଏହା ସାମାନ୍ୟ କଦଳୀ ଅପେକ୍ଷା ଅଧିକ ମିଠା । ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ଏହି କଦଳୀ ସାଧାରଣତଃ ଦକ୍ଷିଣ ଭାରତରେ ଉପଲବ୍ଧ । ନାଲି କଦଳୀରେ ବହୁ ମାତ୍ରାରେ ଫାଇବର ରହିଛି । ସେଥିପାଇଁ ଏହି କଦଳୀ ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ଗୋଟିଏ ନାଲି କଦଳୀରେ ୯୦ରୁ ୧୦୦ କ୍ୟାଲୋରୀ ରହିଛି । ଏହା ଓଜନ କମ କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।
ନାଲି କଦଳୀରେ ଭରପୁର ମାତ୍ରାରେ ପୋଟାସିୟମ ରହିଛି ଯାହା କିଡ଼ନୀରେ ଷ୍ଟୋନ ହେବାରେ ରୋକିଥାଏ । ଶରୀରରେ ମାତ୍ରାଧିକ କ୍ୟାଲସିୟମ ରୋକିବାରେ ସାହାର୍ଯ୍ୟ କରିଥାଏ । ଏହା ଦ୍ୱାରା ହାଡ଼ ମଜବୁତ ହୋଇଥାଏ । ନିୟମିତ ନାଲି କଦଳୀ ସେବନ କଲେ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । ଏହାଦ୍ୱାରା ହୃଦ ଜନିତ ରୋଗର ସମ୍ଭାବନା ମଧ୍ୟ କମ ଥାଏ । ମ୍ୟାଗ୍ନେସିୟମ ଓ ପୋଟାସିୟମ ନିକୋଟିନ ଛାଡ଼ିବାରେ ସାହାର୍ଯ୍ୟ କରିଥାଏ ଏହି କଦଳୀ । ନାଲି କଦଳୀ ତ୍ୱଚା ପାଇଁ ମଧ୍ୟ ଲାଭ ଦାୟକ ନାଲି କଦଳୀରେ ତିଆରି ଫେସ ପ୍ୟାକ ଲଗାଇବା ଦ୍ୱାରା ତ୍ୱଚାରେ ଚମକ ଆସି ଥାଏ ।