କଟକ: ବାଙ୍କିରେ ପକ୍ଷୀ ମଡ଼କ । ବିଲରେ ମରି ପଡିଛନ୍ତି ବିଦେଶୀ ପକ୍ଷୀ ରୁଡ଼ି ଶେଲ ଡକ୍ । କିଛି ପକ୍ଷୀ ଜୀବନ ବିକଳରେ ଛଟପଟ ମଧ୍ୟ ହେଉଛନ୍ତି । ବାଙ୍କୀ ଗଡ଼ରେ ଦେଖିବାକୁ ମିଳିଛି ଏପରି ଘଟଣା।
ଦେଶରେ ଅନେକ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପି ଥିବା ସମୟରେ ଓଡିଶାରେ ବର୍ତ୍ତମାନ ବାର୍ଡ ଫ୍ଲୁ ଲକ୍ଷଣ ଦେଖାଯାଇନି । କିନ୍ତୁ ବାଙ୍କିରେ ପକ୍ଷୀମଡଡକ ଦେଖାଯାଇଛି । ଯାହାକୁ ନେଇ ବାର୍ଡ ଫ୍ଲୁ ଭୟ ସୃଷ୍ଟି ହୋଇଛି । ବିଲରେ କିଛି ପକ୍ଷୀ ମରି ପଡିଥିବାର ଦେଖି ସ୍ଥାନୀୟ ଯୁବକ ମାନେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଖବର ଦେଇଥିଲେ । ସେ ଘଟଣା ସ୍ଥଳକୁ ଯାଇ ମୃତ ପକ୍ଷୀଙ୍କ ଫୋଟୋ ଓ ଭିଡ଼ିଓ ଉଠାଇ ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠେଇଥିଲେ । ତେବେ କୌଣସି ପକ୍ଷୀଙ୍କୁ ଛୁଇଁବାକୁ ବାରଣ କରାଯାଇଛି । ଫୋଟୋ ଏବଂ ଭିଡ଼ିଓ କୁ ଖୋର୍ଦ୍ଧା ଏସିଏଫଙ୍କୁ ପଠେଇ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି ।