ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ | ପରିବର୍ତ୍ତନ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସୂଚନା | ୨୦୧୬ କିମ୍ୱା ପରେ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ପାଇଁ ହ୍ରାସ ହେଲା ସିଲାବସରୁ ପ୍ରଶ୍ନ | ତେବେ ପ୍ରଶ୍ନପତ୍ରରେ ୫୦ ନମ୍ବରର ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ | ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନର ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ | ପ୍ରଶ୍ନପତ୍ରର ହାରାହାରି ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ | ସଂକ୍ଷିପ୍ତ ଉତ୍ତରମୂଳକ ପ୍ରତ୍ୟେକ ପ୍ରଶ୍ନ ପାଇଁ ୨ କିମ୍ବା ୩ ମାର୍କ ଦିଆଯିବ |
ସେହିଭଳି ପ୍ରଶ୍ନପତ୍ରରେ ହାରାହାରି ୨୦ ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ | ଦୀର୍ଘ ଉତ୍ତରମୂଳକ ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୫ ମାର୍କ ରଖାଯିବ | ତେବେ ୨୦୧୫ ପୂର୍ବରୁ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ସିଲାବସର ଢାଞ୍ଚା ଅପରିବର୍ତ୍ତିତ ରହିବ | ପୂର୍ବଭଳି ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ହିଁ ପରୀକ୍ଷା ଦେବେ | ପରୀକ୍ଷା ଫି’ ନେଇ କିଛି ନିଷ୍ପତ୍ତି ହୋଇନଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ |