Odia News Portal

ମୁକ୍ତି ସଂଗ୍ରାମର ମହାନାୟକ ବୀର ସୁରେନ୍ଦ୍ର ସାଏ

ଭୁବନେଶ୍ବର: ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ।୧୮୦୯ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ସଂଗ୍ରାମୀ । ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ସେ ବ୍ରିଟିଶ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଜୀବନକାଳର ସେ ଅଧା ସମୟ କାରାଗାରରେ କାଟିଥିଲେ ।ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ବନ୍ଦୀ ଜୀବନ ବିତାଇଥିଲେ ।

ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଥିବା ବରଗାଁରେ ଜନ୍ମ ଗ୍ରହଣ କରିଥିଲେ । ବାପାଙ୍କ ମୃତ୍ୟୁପରେ ସେ ତାଙ୍କ କାକାଙ୍କ ତତ୍ୱାବଧାନରେ ଘୋଡାଚଢା, ଖଣ୍ଡା ଓ ତୀର ଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ । ଭାରତରେ ସେ ଜଣେ ଅଗ୍ରଣୀ ସ୍ୱାଧିନତା ସଂଗ୍ରାମୀ ଥିଲେ । ଇଂଗ୍ରେଜ ମାନଙ୍କ ବିରୋଧରେ ଆନ୍ଦୋଳନ କରି ସେ ତାଙ୍କ ଜୀବନର ମୋଟ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ ଶାସକ ଓ ସୈନ୍ୟବାହିନୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲେ ।

Freedom fighter veer surendra sai

ଇଂରେଜମାନଙ୍କୁ କଡା ଜବାବ ଦେବାପାଇଁ ୭ ଅକ୍ଟୋବର ୧୮୫୭ରେ ବାରଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ । ଦୀର୍ଘ ସାତ ବର୍ଷ ଧରି ସେମାନେ ଶକ୍ତିଶାଳୀ ଇଂରେଜ ଫଉଜଙ୍କୁ ନୟାନ୍ତ କରି ରଖିଥିଲେ। ଯେତେବେଳେ ଆକୁମାରୀ ହିମାଚଳ ଦେଶର ସମସ୍ତ ଅଞ୍ଚଳ ଇଂରେଜ ଶାସନାଧୀନ ହୋଇସାରିଥିଲା, ସେତେବେଳେ କେବଳ ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀଙ୍କ ପାଇଁ ସମ୍ବଲପୁର ଥିଲା ବ୍ୟତିକ୍ରମ। ବ୍ରିଟିଶ ସାମ୍ରାଜ୍ୟରେ ପୂର୍ଣ୍ଣରୂପେ ବିଲୀନ ହେବାରେ ସମ୍ବଲପୁର ଥିଲା ଦେଶର ଶେଷ ସ୍ବାଧୀନ ରାଜ୍ୟ। ବିଶ୍ୱାସଘାତକତାର ଶିକାର ହୋଇ ସେ ବନ୍ଦୀ ହୋଇଥିଲେ ଓ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ । ୧୮୮୪ ଫେବୃଆରୀ ୨୮ ତାରିଖରେ ମଧ୍ୟପ୍ରଦେଶର ଅସୁରଗଡ ଦୁର୍ଗରେ ହିଁ ତାଙ୍କର ପରଲୋକ ହୋଇଥିଲା । ଆଜି ସେହି ମୁକ୍ତି ସଂଗ୍ରାମର ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ କୋଟି ପ୍ରଣାମ । ପ୍ରତି ଓଡ଼ିଆଙ୍କ ସ୍ମୃତିରେ ସେ ସଦା ଚିରସ୍ମରଣୀୟ ।