ଭୁବନେଶ୍ବର: ସାଇ ମନ୍ଦିରରେ ପ୍ରତିଦିନ ଭକ୍ତଙ୍କ ଭିଡ ଥାଏ । କିନ୍ତୁ ଗୁରୁବାର ହେଉଛି ଏମିତି ଏକ ଦିନ, ଯାହା ଭଗବାନ ବିଷ୍ଣୁଙ୍କ ସହ ସାଇବାବାଙ୍କର ବି ବହୁତ ପସନ୍ଦ । କୁହାଯାଏ ସାଇମନ୍ଦିରରେ ବାବାଙ୍କ ସାମ୍ନାରେ ହାତ ଯୋଡ଼ି ହୃଦୟର ସମସ୍ତ ବ୍ୟଥା ଜଣାଇବା ଦ୍ୱାରା ବାବା ଆପଣଙ୍କ କଷ୍ଟ ଲାଘବ କରିବା ସହ ଆପଣଙ୍କ ସମସ୍ତ ମନୋବାଞ୍ଚା ପୂରଣ କରିଥାନ୍ତି । ଗୁରୁବାର ଦିନ ସାଇ ମନ୍ଦିରରେ ବାବାଙ୍କ ଦର୍ଶନ କରିବା ବହୁତ ଫଳଦାୟୀ ଅଟେ । ଯଦି କେହି ସାଇଙ୍କ କୃପା ପାଇବାକୁ ଚାହୁଁଥାନ୍ତି ତ କିଛି ମନ୍ତ୍ର ଦ୍ୱାରା ବାବାଙ୍କୁ ପ୍ରସନ୍ନ କରିପାରିବେ । ବାବାଙ୍କ ଏହି ମନ୍ତ୍ରକୁ ଜପ କଲେ ଖୁବ୍ ଶୀଘ୍ର ମିଳିଥାଏ ସାଇବାବାଙ୍କ କୃପା ମିଳିଥାଏ । ଜପ କରନ୍ତୁ ଏହି ସାଇ ମନ୍ତ୍ର :-
- ଓଁ ସାଇ ରାମ୍
- ଓଁ ସାଇ ଗୁରୁବାୟ ନମଃ
- ଓଁ ସାଇ ନମୋ ନମଃ
- ଓଁ ସାଇ ଦେବାୟ ନମଃ
- ଓଁ ଶିରିଡି ଦେବାୟ ନମଃ
- ଓଁ ସମାଧି ଦେବାୟ ନମଃ
- ଓଁ ସର୍ବଦେବାୟ ରୂପାୟ ନମଃ
- ଓଁ ଶିରିଡି ବାସାୟ ବିଦମହେ ସଚ୍ଚିଦାନନ୍ଦାୟ ଧୀମହି ସାଇଁ ପ୍ରଚୋଦୟାତ୍
- ଓଁ ମାଲିକାୟ ନମଃ
- ଜୟ ଜୟ ସାଇରାମ
ଏସବୁ ମନ୍ତ୍ର ବ୍ୟତୀତ ଆପଣ ଗୁରୁବାର ଦିନ ଛୋଟ ପିଲା,ବୃଦ୍ଧ ବ୍ୟକ୍ତି ବିଶେଷଙ୍କୁ,ତଥା ବୁଲା ଜୀବଜନ୍ତୁ ମାନଙ୍କୁ କିଛି ଖାଦ୍ୟ ଭୋଗ ଆକାରରେ ପ୍ରଦାନ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ବାବାଙ୍କ ଅସୀମ କୃପା ଲାଭ ହୋଇଥାଏ ।