ରାଉରକେଲା: ଡ୍ରାଇଭରଙ୍କୁ ମାଡ଼ ମାରି ଟ୍ରକ ଲୁଟ କରୁଥିଲେ ଦୁର୍ବୃତ୍ତ | ଜିଏସ୍ଟି ଠକେଇ କରି ଲୁଟ୍ କରି ଖସି ପଳାଇବାକୁ ଚେଷ୍ଟା କରୁଥିବା ୨ଟି ରିଫାଇନ ତେଲ ବୋଝେଇ ଗାଡ଼ି ଜବତ। ଜିଏସ୍ଟି ଫାଙ୍କି ଅଭିଯୋଗରେ ସୋୟାବିନ ତେଲ ବୋଝେଇ ଟ୍ରକ୍କୁ ଜବତ କରିବା ପରେ ସାମ୍ନାକୁ ଆସିଛି ପୂରା ଘଟଣା।
ସୂଚନାନୁଯାୟୀ, ଗତ ୯ ତାରିଖରେ ଗୋଟିଏ ୧୪ ଚକିଆ ଟ୍ରକ୍ରେ ରିଫାଇନ ତେଲ ବୋଝେଇ ହୋଇ ହଳଦିଆରୁ ଝାରସୁଗୁଡ଼ା ଆସୁଥିଲା। ତେଲକୋଇ ପାଖରେ ୨ଟି ଟ୍ରକରେ ୬ ଜଣ ପିଛା କରି ଉକ୍ତ ଟ୍ରକ୍କୁ ଅଟକାଇଥିଲେ । ଏହାପରେ ସେମାନେ ଡ୍ରାଇଭର, ହେଲପରଙ୍କୁ ମାଡ଼ ମାରି ଗାଡ଼ିରୁ ଫୋପାଡ଼ି ଦେଇଥିଲେ। ଏହାପରେ ନିଜେ ଆଣିଥିବା ୨ଟି ଟ୍ରକ୍ରେ ଜିନିଷ ଲୋଡ କରି ନେଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ପୁରୁଣା ଟ୍ରକ୍ଟିକୁ ମଧ୍ୟ ନେଇଯାଇଥିଲେ। ଏହାପରେ ଗୁରୁତର ହୋଇଥିବା ଡ୍ରାଇଭର, ହେଲପର ସ୍ଥାନୀୟ ଲୋକଙ୍କ ସହାୟତରେ ଗତ ୧୦ ତାରିଖରେ ପାଲଲହଡ଼ା ମେଡିକାଲ ଯାଇଥିବା ବେଳେ ୧୧ ତାରିଖରେ ଏନେଇ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ।
ଏହାପରେ ଗତକାଲି କୁଆରମୁଣ୍ଡାରୁ ଜିଏସ୍ଟି ବିଭାଗ ଅଧିକାରୀ ୨ଟି ଟ୍ରକ୍କୁ ଜବତ କରି କାଗଜପତ୍ର ଯାଞ୍ଚ କରିଥିଲେ । ଗାଡ଼ିରେ ଖାଇବା ତେଲ ଚୋରା ଚାଲାଣ ହେଉଥିବା ଜାଣି ଗାଡ଼ିକୁ କୁଆଁରମୁଣ୍ଡା ଫାଣ୍ଡିକୁ ହସ୍ତାନ୍ତର କରିଛନ୍ତି । ଉଭୟ ଟ୍ରକ୍ର କାଗଜପତ୍ର ଠିକ୍ ନ ଥିବା ପୁଲିସ୍ ସୂଚନା ଦେଇଛି । ଟ୍ରକ୍ ନେଇ ଯାଉଥିବା ୨ ଲୁଟେରାଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି । ତେବେ ଗିରଫ ୨ ଲୁଟେରା ମୟୂରଭଞ୍ଜର ନିଶାବ ଏଣ୍ଟରପ୍ରାଇଜେସ ନାମକ ଏକ ଫେକ କମ୍ପାନୀର ଫେକ୍ ଜିଏସଟି ଜରିଆରେ ବିହାର ଅଭିମୁଖେ ଖସି ଯିବା ବେଳେ ଏହି ଗାଡିକୁ ଜବତ ରାଉରକେଲା ଜିଏସଟି ଜବତ କରିଛି ।