Odia News Portal

ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ, ୩ ମୃତ

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ବଡଧରଣର ଭୂମିକମ୍ପ ଅନୁଭୂତ । ତେବେ ଭୂମିକମ୍ପରେ ବର୍ତ୍ତମାନ୍ ସୁଦ୍ଧା ୩ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଶତାଧିକ ଘର ମଧ୍ୟ ଭାଙ୍ଗି ପଡ଼ିଛି ।

ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ଥିଲା । ସୁଲୱାସି ଦ୍ୱୀପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ ସ୍ଥାନୀୟର ଗଭର୍ଣ୍ଣ୍ରର ହାଉସର ବ୍ୟାପକ କ୍ଷୟକ୍ଷତି ହୋଇଛି ।ତେବେ ଭୂମିକମ୍ପ ସମୟରେ ଲୋକେ ବାହାରକୁ ବାହାରି ନିରାପଦ ସ୍ଥାନକୁ ଚାଲିଯାଇଥିଲେ । ୨୦୧୮ରେ ମଧ୍ୟ ଏହିଭଳି ଭୂମିକମ୍ପ ହୋଇ ସୁନାମି ଆସିଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ।

ସୂଚନା ଅନୁଯାୟୀ,ଗତକାଲି ରାତି ପ୍ରାୟ ୧ଟା ବେଳେ ଭୂମିକମ୍ପ ଅନୁଭୂତ ହେବା କ୍ଷଣି ହଜାର ହଜାର ବ୍ୟକ୍ତି ଘରଦ୍ୱାର ଛାଡ଼ି ନିରାପଦ ସ୍ଥାନକୁ ଧାଇଁ ଯାଇଥିଲେ। ଭୂମିକମ୍ପ ଯୋଗୁଁ ପ୍ରାୟ ୬୦ଟି ଘର ଭାଙ୍ଗିଯାଇଥିବା ବିପର୍ଯ୍ୟୟ ପ୍ରଶମନ ଏଜେନ୍‌ସି ସୂଚନା ପ୍ରଦାନ କରିଛି । ଭୂମିକମ୍ପ ପ୍ରାୟ ୭ ସେକେଣ୍ଡ୍‌ ଧରି ଖୁବ୍‌ ଜୋର୍‌ରେ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପ ଯୋଗୁଁ ନଷ୍ଟ ହୋଇଥିବା କୋଠାଘରମାନଙ୍କ ମଧ୍ୟରେ ରହିଛି ଦୁଇଟି ହୋଟେଲ୍‌, ଗଭର୍ଣ୍ଣର୍‌ଙ୍କ କାର୍ଯ୍ୟାଳୟ ଏବଂ ଗୋଟାଏ ମଲ୍‌।