Odia News Portal

ଟିକା ନେବେନି ୧୫ହଜାର ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: ଅନ୍ୟକୁ ଦେବୁ କିନ୍ତୁ ନିଜେ ନେବୁନି ଟିକା । ଟିକା ନେବା ପାଇଁ ମନାକଲେ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ବା ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ୧୫ଶହ ସଭ୍ୟ । ପଦବୀ ପରିବର୍ତନ ଓ କ୍ୟାଡର ପୁନଃଗଠନ ଦାବିରେ ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ । ଆସନ୍ତା ୧୬ରୁ ଆରମ୍ଭ ହେଉଥିବା ଟିକାକରଣ ବେଳେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିବେ । ଫେବୃଆରୀ ପହିଲାରୁ କେବଳ କୋଭିଡ ଟିକାକରଣ ପାଇଁ ସାହାଯ୍ୟ କରିବୁ କିନ୍ତୁ ଟିକା ଗ୍ରହଣ କରିବୁ ନାହିଁ କହିଛନ୍ତି ସ୍ୱାସ୍ଥ୍ୟକର୍ମୀ ।

ଅନ୍ୟପକ୍ଷେ,ଆସନ୍ତା ୧୬ରେ ଆରମ୍ଭ ହେବ ଟିକାକରଣ । ଟିକାକରଣ ପାଇଁ ଆଜି ଏସଏମଏସ ଯିବ । ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ କେତେବେଳେ କେଉଁଠି ଟିକା ନେବେ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ ।ସେଥିପାଇଁ ୪୧ଟି ଡିପ ଫ୍ରିଜର ଆସି ପହଞ୍ଚିଛି ଯାହାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଜିରୋ ଷ୍ଟ୍ରାଟେଜି ଉପରେ ଫୋକସ ଦିଆଯିବ । ପ୍ରଥମ ଡୋଜ ନେବାର ୪୨ ଦିନ ଓ ଦ୍ୱିତୀୟ ଡୋଜର ୧୪ ଦିନ ପରେ ରୋଗ ପ୍ରତିରୋଧ ଶକ୍ତି ତିଆରି ହେବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।