ମୁମ୍ବାଇ: ବି-ଟାଉନରେ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ହଟ୍ ଅନ୍ଦାଜ ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି । ପ୍ରତିଦିନ ତାଙ୍କର କିଛି ନା କିଛି ଫଟୋ ସୋସିଆଲ ମିଡ଼ିଆରେ ପ୍ରଶଂସକଙ୍କ ପ୍ରଶଂସା ସାଉଁଟି ଥାଏ । ଏହି ଫଟୋଗୁଡିକରେ ତାଙ୍କର ହଟ୍ ଲୁକ୍ ସାଙ୍ଗକୁ ଗ୍ଲାମରସ ଅନ୍ଦାଜ ମଧ୍ୟ ଦେଖିବାକୁ ମିଳେ। କିନ୍ତୁ ନିକଟରେ ଉର୍ବଶୀଙ୍କର ଏଭଳି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ହଠାତ୍ ସେ ଉର୍ବଶୀ ବୋଲି ଚିହ୍ନି ହେଉନି।
ତାଙ୍କର ଏହି ଫଟୋ ଏବେ ସୋଶାଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ପୁରାପୁରି ସିମ୍ପୁଲ ଲୁକରେ ନଜର ଆସିଛନ୍ତି ଉର୍ବଶୀ। ଏହି ଫଟୋକୁ ଅଭିନେତ୍ରୀ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଫଟୋରେ ଉର୍ବଶୀ ପିଚ୍ କଲର୍ର ସାଲୱାର ପିନ୍ଧିଥିବା ବେଳେ ଧଳା ରଙ୍ଗର ଓଢ଼ଣୀ ପକାଛନ୍ତି। କେବଳ ସେତିକି ନୁହେଁ ଲମ୍ବା ବେଣି ସହ ମଥାରେ ସିନ୍ଦୂର ମଧ୍ୟ ପିନ୍ଧିଛନ୍ତି। ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଚକିତ ହୋଇପଡିଛନ୍ତି।
ମିଡିଆ ରିପୋର୍ଟ ଅନୁଯାୟୀ ଉର୍ବଶୀ ତାଙ୍କ ଅପ୍କମିଂ ପ୍ରୋଜେକ୍ଟରେ ଜଣେ ବିବାହିତ ମହିଳା ଚରିତ୍ରରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି । ତେବେ ଆଗକୁ ଉର୍ବଶୀଙ୍କର ତାମିଲ ରିମେକ୍ ଫିଲ୍ମ ‘ଥିରୁତୁ ପାଏଲି-୨’ ଆସୁଛି। କେବଳ ସେତିକି ନୁହେଁ ଇଜିପ୍ଟିଆନ ସୁପରଷ୍ଟାରଙ୍କ ସହ ଏକ ଇଣ୍ଟରନ୍ୟାସନାଲ ପ୍ରଜୋକ୍ଟରେ ମଧ୍ୟ ସେ ନଜର ଆସିବେ ବୋଲି ସୂଚନା ରହିଛି।