ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ସୋମବାର ଦିନଟି ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଇଥାଏ। ଶିବ ଭକ୍ତ ସୋମବାର ଦିନ ବ୍ରତ ପାଳନ କରିଥାନ୍ତି। ତେବେ ଦେବଙ୍କ ଦେବ ମହାଦେବ ଭକ୍ତଙ୍କ ଉପରେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ସେଥିପାଇଁ ତ ତାଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ। ସୋମବାର ଦିନ ସତ ମନରେ ଏବଂ ନିଷ୍ଠାର ସହ ବ୍ରତ ପାଳନ କଲେ ଭଗବାନ ଶିବ ଭକ୍ତଙ୍କ ସବୁ ମନୋସ୍କାମନା ପୂରଣ କରିଥାନ୍ତି ବୋଲି କୁହାଯାଏ। ତେବେ ସୋମବାର ଦିନ କିଛି ବିଶେଷ ଉପାୟରେ ଭୋଳାନାଥଙ୍କୁ ଉପାସନା କଲେ ଶୁଭ ପରିଣାମ ପ୍ରାପ୍ତି ହୋଇଥାଏ।
- ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ନିମନ୍ତେ ସୋମବାର ଦିନ ସକାଳୁ ଉଠି ସ୍ନାନ ଆଦି ସାରି ଶିବଙ୍କୁ ଆରାଧନା କରିବା ଉଚିତ୍।
- ଧୂପ, ଦୀପ, ଚନ୍ଦନ, ଦୁଦୁରା ଫୁଲ, ଗଙ୍ଗାଜଳ, କ୍ଷୀର ଆଦି ଶିବଙ୍କ ଅତି ପ୍ରିୟ ବସ୍ତୁ। ଶିବଙ୍କୁ ଏହିସବୁ ବସ୍ତୁ ଅର୍ପଣ କଲେ ସେ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କୁ ଆଶୀର୍ବାଦ କରିଥାନ୍ତି।
- ସୋମବାର ଦିନ ଓଁ ନମଃ ଶିବାୟ ମନ୍ତ୍ର ୧୦୮ ଥର ଜପ କରିବା ଉଚିତ। ଏହା ବ୍ୟତୀତ ୧୦୮ ଥର ଭଗବାନ ଶିବଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଶିବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
- ସୋମବାର ଦିନ ଶିବଲିଙ୍ଗରେ ଫୁଲ, ବେଲପତ୍ର ସହ କଞ୍ଚା କ୍ଷୀର ମଧ୍ୟ ଅର୍ପଣ କରିବା ଉଚିତ୍।
- ସୋମବାର ଦିନ ମହାଦେବଙ୍କୁ ଘିଅ, ଚିନି ଏବଂ ଅଟାରେ ତିଆରି ପ୍ରସାଦ ଭୋଗ ଅର୍ପଣ କରିବା ଉଚିତ। ଭୋଗ ପରେ ଧୂପ, ଦୀପ ଦେଇ ଆଳତି କରିବା ଉଚିତ୍। ପୂଜା କରି ସାରିବା ପରେ ପ୍ରସାଦକୁ ଘରର ସଦସ୍ୟ ଓ ପିଲାଙ୍କୁ ବିତରଣ କରିବା ଉଚିତ୍।