Odia News Portal

ଉଡ଼ାଣର ୪ମିନିଟ ପରେ ହଜିଲା ବିମାନ

ଇଣ୍ଡୋନେସିଆ: ଉଡ଼ାଣ କରିବାର ୪ମିନିଟ ପରେ ମଝି ଆକାଶରୁ ହଜିଲା ବିମାନ | ଇଣ୍ଡୋନେସିଆର ଶ୍ରୀୱିଜୟା ବିମାନ ଉଡ଼ାଣ କରିବାର ୪ମିନିଟ ପରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଉଡ଼ାଣର ୪ମିନିଟ ପରେ ପାଇଲଟଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏବେ ବିମାନକୁ ଖୋଜିବା ଆରମ୍ଭ କରାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ବିମାନ ଉଡ଼ାଣ ସମୟରେ ସେଥିରେ ୫୬ ଜଣ ଯାତ୍ରୀଙ୍କ ସହ ୬ ଜଣ କର୍ମଚାରୀ ମଧ୍ୟ ଥିଲେ। ତେବେ ଏବେ ପର୍ୟ୍ୟନ୍ତ ବିମାନ ନିଖୋଜ ହେବାର କାରଣ ଜଣାପଡ଼ିନାହିଁ।

ସୂଚନାନୁଯାୟୀ, ଉଡ଼ାଣର ୪ମିନିଟ ପରେ ଇଣ୍ଡୋନେସିଆର ଶ୍ରୀୱିଜୟା ବିମାନ ଏହାର ବୋଇଙ୍ଗ ୭୩୭-୫୦୦ ଯାତ୍ରୀବାହୀ ବିମାନ ସହିତ ଯୋଗାଯୋଗ ହରାଇଥିଲା । ବିମାନଟି ଜାକର୍ତ୍ତାରୁ ପଣ୍ଟିଆନାକ୍ କୁ ଯାଉଥିଲା ବୋଲି ଜଣାପଡ଼ିଛି । ଶେଷ ଥର ପାଇଁ ୨ଟା ୪୦ରେ ବିମାନ ସହ ଯୋଗଯୋଗ ହୋଇଥିଲା। ଏହା ପରଠାରୁ ବିମାନ ସହ ଯୋଗାଯୋଗ କରିପାରିନଥିଲା ବିମାନର କଣ୍ଟ୍ରୋଲ ରୁମ । ଇଣ୍ଡୋନେସିଆର ସର୍ଚ୍ଚ ଏବଂ ଉଦ୍ଧାରକାରୀ ସଂସ୍ଥା ଏବଂ ଜାତୀୟ ପରିବହନ ସୁରକ୍ଷା ଆୟୋଗ ମଧ୍ୟ ତଦନ୍ତ କରୁଛନ୍ତି ବୋଲି ଶ୍ରୀୱିଜୟା ପକ୍ଷରୁ କୁହାଯାଇଛି।