ଭୁବନେଶ୍ୱର : ରାଜଧାନୀରେ ମିଳିବ`ମୋ ଖତ’ । ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ମହାମଗର ନିଗମ ଅଞ୍ଚଳ ଓଦା ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ‘ମୋ ଖତ’ | ଭୁବନେଶ୍ୱର ୮ଟି ଏମସିସିରୁ ବାହାରୁଛି ଜୈବିକ ସାର । ୫କିଲୋଗ୍ରାମ ପାଇଁ ୧୨୫ ଟଙ୍କା ଦର ଧାର୍ଯ୍ୟ କରାଯାଇଥିବା ବେଳେ ୨୦କିଲୋଗ୍ରାମ ପାଇଁ ୪୪୫ ଟଙ୍କା ଦର ଧାର୍ଯ୍ୟ କରିଛି ବିଏମ୍ସି । ତେବେ ଅନ୍ଲାଇନ୍ ମାଧ୍ୟମରେ ମଧ୍ୟ ଖତ ମିଳିବ ବୋଲି ସୂଚନା ଦିଆଯାଇଛି ।