Odia News Portal

କାଲିଠୁ ବାଜିବ ଘଣ୍ଟି,ସ୍ଥିତି ପରଖିଲେ ମନ୍ତ୍ରୀ

ଭୁବନେଶ୍ୱର: କାଲିଠୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ । ଅନଲାଇନ ଛାଡି ଅଫଲାଇନରେ ପାଠ ପଢ଼ିବେ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ । ସରକାର ଜାରି କରିଥିବା ଏସଓପି ଅନୁଯାୟୀ ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ସ୍କୁଲକୁ ପ୍ରସ୍ତୁତ କରାଯାଇଛି। ସ୍କୁଲ ପରିସର ସାନିଟାଇଜ ଠାରୁ ଆରମ୍ଭ କରି କ୍ଲାସରେ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାର ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହା ସହିତ ସ୍କୁଲରେ କିପରି ଛାତ୍ରଛାତ୍ରୀମାନେ ସମାଜିକ ଦୂରତା ରକ୍ଷା କରିବେ ସେଥିପ୍ରତି ଅଧିକ ପ୍ରଧାନ୍ୟ ଦେଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ |

ତେବେ ରାଜ୍ୟ ସରକାର ଜାରି କରିଥିବା ଏସଓପି ଅନୁସାରେ ସବୁ ସ୍କୁଲକୁ ପ୍ରସ୍ତୁତ କରାଯାଇଛି। ସ୍କୁଲ ପରିସର ଓ କ୍ଲାସ ରୁମକୁ ସାନିଟାଇଜ କରାଯାଇଛି। ଏହା ସହିତ କ୍ଲାସ ରୁମକୁ ପ୍ରବେଶ ସମୟରେ ମଧ୍ୟ ଜଣେ ଶିକ୍ଷକ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ହାତ ସାନଟାଇଜ କରି ଭିତରକୁ ଛାଡିବେ। ପ୍ରତି କ୍ଲାସରେ ୫ ଫୁଟ ଦୂରତାରେ ବସିବେ ଛାତ୍ରଛାତ୍ରୀ । ଗୋଟିଏ କ୍ଲାସରେ ୨୦ ଜଣ ଛାତ୍ରଛାତ୍ରୀ ବସିବେ। ଏହା ସହିତ ସାବୁନ ଓ ସାନିଟାଇଜରରେ ହାତ ଧୋଇବା ପାଇଁ ବ୍ୟବସ୍ଥା କରାଯାଇଛି । ସରକାର ଜାରି କରିଥିବା ଏସଓପି ଅନୁସାରେ ସ୍କୁଲ ସାନିଟାଇଜ କରିବା ସହ ସମସ୍ତ ବ୍ୟବସ୍ଥା ସଠିକ ଭାବେ ହୋଇଛି କି ନାହିଁ ସ୍କୁଲ ପରିଦର୍ଶନ କରି ତାର ସମୀକ୍ଷା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଏସଓପି ଅନୁସାରେ ସ୍କୁଲରେ ସମସ୍ତ ବ୍ୟବସ୍ଥା ହୋଇଛି କି ନାହିଁ ତାର ଅନୁଧ୍ୟାନ କରିବା ପାଇଁ ସବୁ ଜିଲ୍ଲାରେ ଜଣେ ନୋଡାଲ ଅଫିସର ନିଯୁକ୍ତି କରାଯାଇଛି। ଏପଟେ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ଶିକ୍ଷକଙ୍କୁ ୧୦୦ ଦିନର ଟାର୍ଗେଟ ଦିଆଯାଇଛି। ତେବେ ଏହି ୧୦୦ ଦିନ ଏବେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି।