ଭୁବନେଶ୍ୱର : ଓମ୍ଫେଡ୍ ଦୁର୍ନୀତି ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ନୋଟିସ । ଓମ୍ଫେଡ୍ ଦୁର୍ନୀତି ମାମଲାରେ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଲୋକାୟୁକ୍ତଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି | ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଉତ୍ତର ରଖିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି । ୨୦୧୫ ଅଗଷ୍ଟରୁ ୨୦୧୬ ଜୁନ୍ ଭିତରେ ବିଷ୍ଣୁପଦ ଓମଫେଡ୍ର ପରିଚାଳନା ନିର୍ଦ୍ଦେଶକ ଥିଲେ ।ତେବେ ବିଷ୍ଣୁପଦଙ୍କ କାର୍ଯ୍ୟାଳୟରେ ଓମ୍ଫେଡର ଏକ ବଡ଼ ଧରଣର ଦୁର୍ନୀତି ହୋଇଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସୂଚନା ଅଧିକାରୀ କର୍ମୀ ପ୍ରଦୀପ ପ୍ରଧାନ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୂଚନାନୁଯାୟୀ , ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତା ମାମଲାରେ ମଧ୍ୟ ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ଲୋକାୟୁକ୍ତ ୨୦୧୯ ମସିହାରେ ନୋଟିସ ଜାରି କରିଥିଲେ । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମଧ୍ୟ ଲୋକାୟୁକ୍ତ ଶ୍ରୀ ସେଠୀଙ୍କୁ ନୋଟିସ୍ ଜାରି କରିଥିଲେ।