କେନ୍ଦୁଝର ଜିଲ୍ଲା ବହମେବାରି ଥାନା ଅନ୍ତର୍ଗତ ବେଲଦା ମୁଣ୍ଡା ସାହି ଗ୍ରାମରେ ମଦ୍ୟପ ପୁଅକୁ ତା ମା’ କୋଦାଳରେ ହାଣି ହତ୍ୟାକରିଥିବା ଏକ ଚାଂଚଲ୍ୟକର ଖବର ମିଳିଛି । ମଙ୍ଗଳବୁଣ୍ଡା ନାମକ ଏକ ଯୁବକ ପ୍ରତିଦିନ ମଦ ପି ମା’ ଓ ଭଉଣୀକୁ ପିଟାପିଟିକରି ଶାରୀରିକ ଓ ମାନସିକ ନିର୍ଯ୍ୟତନା ଦେଇଛି । ଏଥିରେ ଯନ୍ତ୍ରଣାରେ ଅତିଷ୍ଠ ହୋଇ ଜନ୍ମକଲା ମା’ ଶେଷରେ ପୁଅକୁ କୋଦାଳରେ ହତ୍ୟା କରିଛି ।