Odia News Portal

ରାଜଧାନୀର ରାଜରାସ୍ତାରେ ମାହାଙ୍ଗା ହତ୍ୟାର ନିଆଁ

ଭୁବନେଶ୍ୱର: ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କୂଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେପି । ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟରୁ ମାଷ୍ଟରକ୍ୟାଣ୍ଟିନ୍ ଅଭିମୁଖେ ଯାଇ ପ୍ରତିବାଦ କରିଛି ଦଳ । ତୁରନ୍ତ ଘଟଣାର ତଦନ୍ତ କରି ୭ ଦିନ ଭିତରେ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରି ଆଇନ୍ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରାଯାଇଛି, ଏପରିକି ରାଜ୍ୟ ସରକାର ସବୁଦେଖି ନିରବଦ୍ରଷ୍ଟା ପାଲଟିଥିବା କଥା ମଧ୍ୟ କହିଥିଲା ଭାରତୀୟ ଜନତାପାର୍ଟି ।

ଅନ୍ୟପକ୍ଷେ, ଆସନ୍ତାକାଲି ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ରାଜ୍ୟର ସମସ୍ତ ଥାନା ଘେରାଉ କରିବା ସହ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫଦାରୀ ଦାବି କରିବ । ଜାନୁଆରୀ ୬ରେ ବିଜେପି କାର୍ଯ୍ୟକର୍ତ୍ତା ରାଜ୍ୟର ସମସ୍ତ ଏସପି ଅଫିସ ଘେରାଉ କରିବେ । ଜାନୁଆରୀ ୮ରେ ଏହି ହତ୍ୟାକାଣ୍ଡରେ ସରକାର ଚୁପ ବସିଥିବା ବିରୋଧରେ ବିଜେପିର ୨୫ ହଜାର କାର୍ଯ୍ୟକର୍ତା ଡିଜି ଅଫିସ ଘେରାଉ କରିବେ । ଏନେଇ ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।