ସୁନ୍ଦରଗଡ଼: ସେଲଫି ନିଶା ହେଲା କାଳ | ବାହାଘର ପୂର୍ବରୁ ଚାଲିଗଲା ଜୀବନ । ପରିବାର ଲୋକ ଓ ସାଙ୍ଗସାଥୀଙ୍କ ସହ ବଣଭୋଜି କରିବାକୁ ଘୋଘର ଇବନଦୀ କନାକୁଣ୍ଡ ପାଖକୁ ଯାଇଥିଲେ । ହେଲେ ପରିବାର ଲୋକେ ରୋଷେଇ କରିବାରେ ବ୍ୟସ୍ତ ଥିବା ବେଳେ ସାଙ୍ଗଙ୍କ ସହ ଫଟୋ ଉଠାଇବା ସମୟରେ ଗୋଡ଼ ଖସିଯାଇଥିଲା । ପାହାଡ ଉପରେ ଛିଡା ହୋଇ ସେଲଫି ନେବା ବେଳେ ହଠାତ ତଳେ ପଡିଯାଇଥିଲେ । ଦେଖୁ ଦେଖୁ ନିଖୋଜ ହୋଇଯାଇଥିଲେ । ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ୨୨ଘଣ୍ଟା ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।
ଯୁବତୀ ଜଣଙ୍କ ହେଲେ ଅନୁପମା ପ୍ରଜାପତି । ଅନୁପମାଙ୍କ ଘର ରାଇରଙ୍ଗପୁର ସେ ବାପା , ମାଆ, ପରିବାରର ସମସ୍ତ ସଦସ୍ୟ ଓ ସାଙ୍ଗସାଥୀଙ୍କ ସହିତ ବଣଭୋଜି କରିବାକୁ ସୁନ୍ଦରଗଡ ଜିଲ୍ଲା ଘୋଘର ଇବନଦୀ କନାକୁଣ୍ଡ ପାଖକୁ ଯାଇଥିଲେ । ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହ ନଦୀ ମଝିରେ ଥିବା ୭ବଖରା ସ୍ଥାନକୁ ଯାଇଥିଲେ । ସେଠାରେ ସେଲଫି ନେବାବେଳେ ଅସାବଧାନତା କାରଣରୁ ସେ ତଳକୁ ଖସି ଗଭୀର ଜଳରେ ପଡି ଯାଇଥିଲେ । ଦେଖୁ ଦେଖୁ ସେ ପାଣି ଭିତରେ ନିଖୋଜ ହୋଇଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ପରିବାର ଲୋକେ ଘଟଣାସ୍ଥଳକୁ ଯାଇଥିଲେ ମଧ୍ୟ ଗଭୀର ଜଳ ଭିତରକୁ ପଶିବାକୁ ସାହାସ ଜୁଟାଇ ପାରି ନଥିଲେ ।