Odia News Portal

ପ୍ରେମ ପାଇଁ ଆତ୍ମହୁତି ଉଦ୍ୟମ

ପାଲଲହଡ଼ା: ଦେହରେ ନିଆଁ ଲଗାଇ ଥାନାକୁ ପଶିଲା ଯୁବକ|ପାଲଲହଡ଼ା ଥାନା ସମ୍ମୁଖରେ ଜଣେ ଯୁବକ ଆତ୍ମହୁତି ଉଦ୍ୟମ କରିଛନ୍ତି । ପ୍ରେମ ସମ୍ପର୍କକୁ ଗ୍ରହଣ କରି ନଥିଲେ ପରିବାର ଲୋକେ । ଝିଅର ବାହାଘର ଅନ୍ୟ ସ୍ଥାନରେ ସ୍ଥିର ହେବାରୁ ପ୍ରେମିକର ଆତ୍ମହୁତୀ ଉଦ୍ୟମ । ଉକ୍ତ ଯୁବକଙ୍କୁ ପୋଲିସ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ସୂଚନା ଅନୁଯାୟୀ,ଗୁରୁତର ଯୁବକ ହେଉଛନ୍ତି ସ୍ଥାନୀୟ ଈଶ୍ୱରନଗର ଗାଁର ବିଶ୍ୱନାଥ ନାଏକ । ବିଶ୍ୱନାଥଙ୍କ ସେହି ଗ୍ରାମର ଜଣେ ଝିଅକୁ ପ୍ରେମ କରୁଥିଲେ । ଦୀର୍ଘଦିନର ଏହି ପ୍ରେମ ସମ୍ପର୍କକୁ ଗ୍ରହଣ କରି ନଥିଲେ ଝିଅର ପରିବାର ଲୋକ । ଏହାସହ ଉକ୍ତ ଝିଅର ବାହାଘର ଅନ୍ୟତ୍ର ଠିକ କରି ଦେଇଥିଲେ ପରିବାର ଲୋକେ । ଯୁବକ ଜଣକ ଅନ୍ୟ କୌଣସି ଉପାୟ ନପାଇ ଆତ୍ମହୁତି ଉଦ୍ୟମ କରିଥିବା କହିଛନ୍ତି । ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।