Odia News Portal

ରାଜନୀତିକୁ ନା କହିଲେ ରଜନୀକାନ୍ତ

ରାଜନୀତିରେ ପ୍ରବେଶ କରିବେ ନାହିଁ ରଜନୀକାନ୍ତ | ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ରାଜନୀତିରେ ପ୍ରବେଶ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ମଙ୍ଗଳବାର ଦିନ ଏକ ବୟାନ ଜାରି କରି ସେ ଏହି ଘୋଷଣା କରିଛନ୍ତି । ଦଳ ନ ଗଢିବା ସହ ନିର୍ବାଚନ ମଧ୍ୟ ଲଢିବେ ନାହିଁ । ବରଂ ଲୋକଙ୍କ ପାଇଁ କାମ ଜାରି ରଖିବେ ବୋଲି ସେ ଜଣାଇଛନ୍ତି । ମେଡିକାଲକୁ ଡିସଚାର୍ଜ ହୋଇ ଘରକୁ ଫେରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରଜନୀକାନ୍ତ । ଏହାସହିତ ରାଜନୀତିରେ ପ୍ରବେଶ କରିବା ପାଇଁ ନିଜ ସମର୍ଥକମାନଙ୍କୁ ଦେଇଥିବା ନିଷ୍ପତ୍ତି ରଖିନପାରିବାରୁ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।

ରଜନୀକାନ୍ତ କହିଛନ୍ତି ଯେ, କିଛି ଦିନ ତଳେ ମୋର ଦେହ ଖରାପ ହୋଇଥିଲା । ଯାହାକି ଭଗବାନଙ୍କର ଚେତାବନୀ ଥିଲା କି ମୁଁ ରଜନୀତିରେ ପ୍ରବେଶ କରିବି ନାହିଁ । ଏହାପରେ ମୁଁ ପାର୍ଟି ଗଠନ କରିବି ନାହିଁ କି ରାଜନୀତିରେ ପ୍ରବେଶ କରିବି ନାହିଁ । ଏହାପୂର୍ବରୁ ରଜନୀକାନ୍ତ ଘୋଷଣା କରିଥିଲେ କି ଡିସେମ୍ବର ୩୧କୁ ନିଜର ରାଜନୈତିକ ପାର୍ଟିର ନାମ ଘୋଷଣା କରିବେ । ଯାହାପରେ ତାମିଲନାଡୁ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲେ । କିଛି ଦିନ ତଳେ ହାଇଦ୍ରାବାଦରେ ଫିଲ୍ମ ସୁଟିଂ ଚାଲୁଥିବା ସମୟରେ ହଠାତ୍‌ ତାଙ୍କ ଦେହ ଖରାପ ହୋଇ ଯାଇଥିଲା । ରକ୍ତଚାପ ବୃଦ୍ଧି ହେବା ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ ରଜନୀକାନ୍ତ। ଡିସେମ୍ବର ୨୫ରେ ତାଙ୍କୁ ହାଇଦ୍ରାବାଦ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ମେଡିକାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।