Odia News Portal

ମହିଳା କମିଶନରରେ ହାଜର ହେଲେ ବର୍ଷା

ଭୁବନେଶ୍ୱର: ମହିଳା କମିଶନରେ ହାଜର ହେଲେ ସାଂସଦ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ବିବାଦକୁ ନେଇ ମହିଳା କମିଶନରରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା । ଏହା ପୂର୍ବରୁ ଅନୁଭବ ଏବଂ ତାଙ୍କ ବାପା ଓ ମାଆଙ୍କୁ ମହିଳା କମିଶନରେ ହାଜର ପାଇଁ ନୋଟିସ ମଧ୍ୟ ହୋଇଥିଲା ।ତେବେ ଆଜି ହାଜର ହେବାକୁ ପୁନର୍ବାର ୩ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ୍ ।

ଅନ୍ୟପକ୍ଷେ ସାଂସଦ ଅନୁଭବ ମହାନ୍ତିଙ୍କ ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ଘରୋଇ ବିବାଦ ଧୀରେ ଧୀରେ ବଢ଼ିବାରେ ଲାଗିଛି | ଘରୋଇ କଳହ ଯାଇ କୋର୍ଟ କଚେରୀ ପର୍ଯ୍ୟନ୍ତ ପହଞ୍ଚି ଯାଇଛି |