ଡ୍ୟୁଟିରେ ଥାଇ ଜଗା ଦର୍ଶନ ପଡ଼ିଲା ମହଙ୍ଗା |୪ ଜଣ ସ୍ୱାସ୍ଥ୍ୟକର୍ମୀ ଚାକିରୀରୁ ବହିଷ୍କୃତ । ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି । ତେବେ କୋଭିଡ କଟକଣାକୁ ଉଲଂଘନ କରି ଗତ ୨୭ ତାରିଖରେ ଡ୍ୟୁଟିରେ ନିୟୋଜିତ ଥିବା ସ୍ୱାସ୍ଥ୍ୟକର୍ମୀ ଶ୍ରୀମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।
କୋଭିଡ୍ କଟକଣା ମଧ୍ୟରେ ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶାନାମା ପାଳନ କରି ପୁରୀବାସୀ ଜଗନ୍ନାଥଙ୍କ ଦର୍ଶନ କରୁଛନ୍ତି । କିନ୍ତୁ ଏହା ମଧ୍ୟରେ ଗତ ୨୭ ତାରିଖରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ରବିବାର ସକାଳେ ପୁରୀବାସୀ ଜଗନ୍ନାଥଙ୍କ ଦର୍ଶନ ସମୟରେ କିଛି ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଡ୍ୟୁଟିରେ ଥାଇ ମଧ୍ୟ ଦର୍ଶନ କରିବାକୁ ଦେଖିବାକୁ ମିଳିଥିଲା । ପ୍ରଶାସନିକ କଟକଣା, କୋଭିଡ୍ ଗାଇଡ୍ ଲାଇନ୍ ଏବଂ ଶୃଙ୍ଖଳିତ ଭିତରେ ଦର୍ଶନ କାର୍ଯ୍ୟ ଚାଲିଥିବା ବେଳେ ମନ୍ଦିର ଭିତରକୁ ସ୍ୱାସ୍ଥ୍ୟକର୍ମୀ କିଭଳି ପ୍ରବେଶ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।ତେବେ ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ନେଇଥିଲା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି |