ଯାଜପୁର: ଆଜିଠୁ ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର। ତେବେ କୋଭିଡ୍ କଟକଣା ମଧ୍ୟରେ ଭକ୍ତଙ୍କ ଦର୍ଶନ ନିମନ୍ତେ ହୋଇଛି ବ୍ୟାପକ ବ୍ୟବସ୍ଥା । ଭକ୍ତମାନେ କିଭଳି ସୁରୁଖୁରୁରେ ମା’ଙ୍କୁ ଦର୍ଶନ କରିପାରିବେ ସେଥିଲାଗି ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।ସେହିଭଳି ମହିଳା ଓ ପୁରୁଷ ଭକ୍ତମାନଙ୍କ ପାଇଁ ଅଲଗା ଅଲଗା ଧାଡି କରାଯାଇଛି । ମନ୍ଦିରର ମୁଖ୍ୟ ଦ୍ୱାରରେ ପୁଲିସ୍ ମୁତୟନ ରହିଛନ୍ତି ।
ସେହିପରି ମନ୍ଦିରରେ ପ୍ରବେଶ ପୂର୍ବରୁ ମାକ୍ସ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତଙ୍କ ଥର୍ମାଲ ସ୍କିନିଂ କରାଯିବା ସହିତ ସାନିଟାଇଜ୍ ବ୍ୟବହାର ପାଇଁ ବ୍ୟବସ୍ଥା ହୋଇଛି। ତେବେ ସକାଳ ୬ ଟାରୁ ସନ୍ଧ୍ୟା ୫ ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ। ଏଥିସହ ନୂଆବର୍ଷ କୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୧,୨ ଓ ୩ ତାରିଖରେ ମନ୍ଦିର ବନ୍ଦ ରହିବ । ଏହି ସମୟରେ ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ଯ୍ୟ କରାଯିବ ନାହିଁ କେବଳ ପିଣ୍ଡଦାନ ହୋଇପାରିବ ।