ଚେନ୍ନାଇ: ପ୍ରସିଦ୍ଧ ବଲିଉଡ୍ ସିଙ୍ଗର ଏ ଆର ରେହମାନଙ୍କ ମା’ଙ୍କ ପରଲୋକ । ରେହମାନଙ୍କ ମା କରିମା ବେଗମ୍ କିଛି ଦିନ ହେବ ଅସୁସ୍ଥ ଥିଲେ । ମାଙ୍କ ବିୟୋଗରେ ଏ ଆର ରେହମାନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରି ନିଜ ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତେବେ ମାଙ୍କ ଅତି ନିକଟତର ଥିଲେ ଏ ଆର ରେହମାନ | ସେଥିପାଇଁ ସେ ସବୁବେଳେ ଷ୍ଟେଜ୍ ସୋ ଗୁଡିକରେ ତାଙ୍କ ମାଙ୍କୁ ମନେ ପକାଇଥାନ୍ତି ।ଏ ଆର ରେହମାନ ତାଙ୍କ ଟ୍ୱିଟରରେ ଫଟୋ ସେୟାର କରିବା ପରେ ପରେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କ ପୋଷ୍ଟରେ ଦୁଃଖ ପ୍ରକାଶ କରି ତାଙ୍କ ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆରମ୍ଭ କରି ଦେଇଛନ୍ତି ।
ତେବେ ସିଙ୍ଗର ଏ ଆର ରେହମାନ ଜନ୍ମ ଏକ ହିନ୍ଦୁ ପରିବାରରେ ହୋଇଥିଲା । ପିଲାଦିନେ ରେହମାନଙ୍କ ନାଁ ଦିଲ୍ଲୀପ କୁମାର ରଖାଯାଇଥିବା ସମୟରେ ୯ ବର୍ଷ ବୟସରେ ସେ ତାଙ୍କ ବାପା ଆରକେ ଶେଖରଙ୍କୁ ହରାଇ ଦେଇଥିଲେ । ରେହମାନ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ଯେତେବେଳେ ୨୩ ବର୍ଷ ବୟସରେ ତାଙ୍କ ଉଭଣୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା ସେତେବେଳେ ତାଙ୍କ ପାଇଁ ରେହମାନଙ୍କ ପୁରା ପରିବାର ଇସଲାମିକ୍ ଧର୍ମସ୍ଥଳୀରେ ପହଞ୍ଚିଯାଇଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । ଫଳରେ ରେହମାନଙ୍କ ପରିବାର ଧର୍ମ ପରିବର୍ତ୍ତନ କରି ଇସଲାମ୍ ଧର୍ମକୁ ସ୍ୱୀକାର କରିଥିଲେ ।