Odia News Portal

ସରକାରୀ ସ୍କୁଲରେ ପଢ଼ିଲେ ମିଳିବ ସଂରକ୍ଷଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହେଲା ୨୦୨୦ର ଶେଷ କ୍ୟାବିନେଟ ଯେଉଁଥିରେ ୧୨ଟି ପ୍ରସ୍ତାବ ଉପରେ ବାଜିଛି ମୋହର | ଏଣିକି ସରକାରୀ ସ୍କୁଲରେ ପାଠ ପଢ଼ିଲେ ଉଚ୍ଚଶିକ୍ଷାରେ ମିଳିବ ସଂରକ୍ଷଣ ମେଧାବୀ ପିଲାଙ୍କ ଡାକ୍ତର ଓ ଇଂଜିନିୟର ହେବା ସ୍ୱପ୍ନକୁ ସାକାର କରିବେ ନବୀନ ସରକାର | ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତି ଉପରେ ମୋହର ଲାଗିଛି ଆସନ୍ତା ଶିକ୍ଷାବର୍ଷରୁ ଏହି ସରଂକ୍ଷଣ ବ୍ୟବସ୍ଥା ଲାଗୁ କରିବା ନେଇ ନିଷ୍ପତି ନେଇଛନ୍ତି ଓଡିଶା ସରକାର | ଏନେଇ ସଂକଳ୍ପ ପାରିତ ହୋଇଛି ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ହେବ | ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ତିନି ମାସ ମଧ୍ୟରେ ଏହି କମିଟି ସରକାରଙ୍କୁ ରିପୋର୍ଟ ଦେବ |

ସେହିପରି ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ | ଏହା ଉପରେ ବି ଲାଗିଛି କ୍ୟାବିନେଟ ମୋହର ଉଭୟ ବର୍ଗଙ୍କ ପାଇଁ ବାର୍ଷିକ ସମ୍ପତ୍ତି ତାଲିକା ବାଧ୍ୟତା ମୂଳକ | ଯାହାର ନକଲ ଲୋକାୟୁକ୍ତଙ୍କ ଅବଗତ ପାଇଁ ପଠାଯିବ ଏହାଦ୍ୱାରା ନିର୍ବାଚିତ ନେତା ଓ ସରକାରୀ ବାବୁଙ୍କ ସମ୍ପତ୍ତି ସମ୍ପର୍କରେ ଲୋକେ ଜାଣିପାରିବେ ରାଜ୍ୟରେ ସ୍ୱଚ୍ଛ ଶାସନ ପାଇଁ ଏହି ବ୍ୟବସ୍ଥା ଲାଗୁ କରିଛନ୍ତି ରାଜ୍ୟ ସରକାର |

ଅନ୍ୟପଟେ ରାଜ୍ୟର ବରପୁତ୍ରଙ୍କ ଜନ୍ମ ଓ ତିରୋଧାନ ଦିବସ ପାଳନ ହେବା ନେଇ ନିଷ୍ପତି ନେଇଛି ରାଜ୍ୟ କ୍ୟାବିନେଟ | ସରକାରୀ ପାଠ୍ୟକ୍ରମରେ ରହିବ ଓଡିଶାର ବରପୁତ୍ରମାନଙ୍କ ଜୀବନୀ ସେହିକ୍ରମରେ ମହାତ୍ମାଗାନ୍ଧୀ ଓଡିଶା ଆସିବା ନେଇ ପାଳନ କରାଯିବ ଶତବାର୍ଷିକୀ | ଏଥିପାଇଁ ୨୩ ମାର୍ଚ୍ଚ ୨୦୨୧ରୁ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନେଇ ନିଷ୍ପତି ନିଆଯାଇଛି | ଓଡିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରରାର ସୁରକ୍ଷା ପାଇଁ କ୍ୟାବିନେଟରେ ନିଆଯାଇଛି | ନିଷ୍ପତି ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ନିୟମାବଳୀ ସଂଶୋଧନକୁ ମଂଜୁରୀ ମିଳିଛି |