ଟଲିଉଡ୍ ସୁପରଷ୍ଟାର୍ ରଜନୀକାନ୍ତ ଶୁକ୍ରବାର ହସ୍ପିଟାଲେର ଭର୍ତ୍ତି ହୋଇଥିଲେ । ସେ ନିଜ ଆଗାମୀ ଚଳଚ୍ଚିତ୍ର ଆନ୍ନାନ୍ଥେର ଶୁଟିଂ ବେଳେ ହଠାତ ତାଙ୍କ ରକ୍ତଚାପ ବୃଦ୍ଧି ପାଇଥିଲା । ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଜା ସୂଚନା ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଥିବା ଜଣାପଡିଛି । ଏନେଇ ଆପୋଲୋ ହସ୍ପିଟାଲ ତରଫରୁ ପ୍ରେସ୍ ରିଲିଜ୍ ଜାରି କରାଯାଇ ସୂଚନା ପ୍ରଦାନ କରାଯାଇଛି ।
ହସ୍ପିଟାଲର କହିବାନୁସାରେ, ଶୁକ୍ରବାର ଅପେକ୍ଷା ଶନିବାର ରଜନୀକାନ୍ତଙ୍କ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି ।କିନ୍ତୁ ଏବେ ମଧ୍ୟ ରକ୍ତଚାପ ଅଧିକ ରହିଥିବା ସମୟରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି ।ହସ୍ପିଟାଲରେ ଭର୍ତ୍ତି ହେବ ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଯେଉଁଥିରେ କୌଣସି ଗୁରୁତର ସମସ୍ୟା ସାମ୍ନାକୁ ଆସିନାହିଁ । କିନ୍ତୁ ଏବେ ତାଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି । ଏପରିକି କାହାକୁ ତାଙ୍କୁ ଭେଟିବାକୁ ମଧ୍ୟ ଦିଆଯାଇ ନାହିଁ । ଆପୋଲୋ ଗ୍ରୁପ୍ ଅଫ୍ ଏମଡି ସଙ୍ଗୀତା ରେଡ୍ଡି କହିଛନ୍ତି ଯେ, ରଜନିକାନ୍ତ ସୁସ୍ଥ ଅଛନ୍ତି । ତାଙ୍କ ଅବସ୍ଥା ସ୍ଥିର ରହିଛି । ହସ୍ପିଟାଲରେ ତାଙ୍କର ଡିସଚାର୍ଜକୁ ନେଇ ନିଷ୍ପତ୍ତି ନିଆଯିବ ।