ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ । ଗତ ୨୦ ତାରିଖରେ ବାପା-ମାଆଙ୍କ ସହ ଶିଶୁ ବ୍ରିଟେନ୍ରୁ ଭୁବନେଶ୍ୱର ଫେରିଥିଲେ। ସମସ୍ତଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା। ବାପା ଓ ମାଆଙ୍କର କୋଭିଡ୍ ଟେଷ୍ଟ ନେଗେଟିଭ ଆସିଥିବା ବେଳେ ପିଲାଟିର କୋଭିଡ ରିପୋର୍ଟ ପଜିଟିଭ୍ ଆସିଲା। ସେମାନଙ୍କୁ ଇନ୍ଷ୍ଟିଚ୍ୟୁସନାଲ ଆଇସୋଲେସନରେ ରଖାଯାଇଛି। ତେବେ ବାପା ଓ ମାଆଙ୍କର କୋଭିଡ୍ ଟେଷ୍ଟ ସରିଥିବା ବେଳେ ଆସନ୍ତାକାଲି ପୁଣି ଥରେ କରାଯିବ କୋଭିଡ୍ ଟେଷ୍ଟ । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ସେପଟେ ଆଜି ବିଏମ୍ସି ଅଞ୍ଚଳରେ ୩୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୫ ଲୋକାଲ୍ କେସ ରହିଛି। ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୩୧୫୧୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୯୧୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୩୫୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ରହି ଚିକିତ୍ସିତ ହେଉଛନ୍ତି।