Odia News Portal

ବିସିସିଆଇ ସିଲେକ୍ସନ୍ କମିଟିରେ ଓଡିଶାର ଦେବାଶିଷ ମହାନ୍ତି

ଭାରତୀୟ କ୍ରିକେଟ୍ ଟିମର ଚୟନକର୍ତ୍ତା ଘୋଷଣା କରିଛି ବିସିସିଆଇ । କ୍ରିକେଟ୍ ଉପଦେଷ୍ଟା କମିଟିର ସାକ୍ଷାତକାର ପ​‌ରେ ପୂର୍ବତନ କ୍ରିକେଟର ଚେତନ୍ ଶର୍ମାଙ୍କୁ ଚୟନ କମିଟି ମୁଖ୍ୟ ଭାବେ ଘୋଷଣା କରାଯାଇଛି । ତେବେ ଓଡିଶାର ପୂର୍ବତନ ଫାଷ୍ଟ୍ ବୋଲର ଦେବାଶିଷ ମହାନ୍ତିଙ୍କୁ ଚୟନ କମିଟି ପ୍ୟାନେଲ୍‌ରେ ସ୍ଥାନ ମିଳିଛି । ଦେବାଶିଷଙ୍କ ସମେତ ପୂର୍ବତନ ବୋଲର ଅଭୟ କରୁବିଲାଙ୍କୁ ମଧ୍ୟ ଚୟନ କମିଟିରେ ସ୍ଥାନ ମିଳିଛି । ଆଗାମୀ ଦିନରେ ପ୍ରଦର୍ଶନ ଅନୁସାରେ ଟିମ ଚୟନ ହେବ ବୋଲି ଦେବାଶିଷ କହିଛନ୍ତି । କେବଳ କିଛି ରାଜ୍ୟ ନୁହେଁ ସାରା ଦେଶରୁ ପ୍ରଦର୍ଶନ ଅନୁଯାୟୀ ଦଳ ଚୟନ ହେବା ନେଇ ସେ କହିଛନ୍ତି ।

ଚୟନକର୍ତ୍ତା ହେବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲେ କ୍ରିକେଟ ଉପଦେଷ୍ଟା କମିଟି ସିଏସି । ପୂର୍ବତନ କ୍ରିକେଟର ମଦନ ଲାଲଙ୍କ ଅଧ୍ୟକ୍ଷତାରେ ସିଏସି ଚେତନ ଶର୍ମାଙ୍କ ନାଁ କୁ ମୋହର ମାରିଛନ୍ତି । ବସିସିଆଇ ଗୁରୁବାର ଦିନ ପ୍ରେସ୍ ରିଲିଜ୍ ଜାରି କରି ଏହି ଘୋଷଣା କରିଛି ।ପ୍ରେସ୍ ରିଲିଜ୍‌ ମୁତାବକ ‘ ସିଏସି ଚେତନ ଶର୍ମା, ଦେବାଶିଷ ମହାନ୍ତି ଏବଂ ଅଭୟ ଗୁରୁବିଲାଙ୍କୁ ଟିମ୍ ଇଣ୍ଡିଆର ଚୟନକର୍ତ୍ତା କମିଟି ସଦସ୍ୟ ଭାବେ ପାଇଁ ଘୋଷଣା କରାଗଲା ବୋଲି ଉଲ୍ଲେଖ ରହିଛି । ତେବେ ବରିଷ୍ଠତା ଭିତ୍ତିରେ ଚେତନ ଶର୍ମାଙ୍କୁ ଚୟନକର୍ତ୍ତା ମୁଖ୍ୟ ଭାବେ ଘୋଷଣା କରାଯାଇଛି । ସିଏସି ଚୟନକର୍ତ୍ତାଙ୍କ କାର୍ଯ୍ୟକାଳର ବର୍ଷେ ପରେ ଏକ ସମୀକ୍ଷା କରିବେ । ତେବେ ଘୋଷଣା କରାଯାଇଥିବା ୩ ଜଣ ନୂଆ ସଦସ୍ୟ ସୁନୀଲ ଯୋଶୀ ଏବଂ ଅରବିନ୍ଦ ସିଂହଙ୍କ ସହିତ କାର୍ଯ୍ୟଭାର ସମ୍ଭାଳିବେ ।

https://twitter.com/BCCI/status/1342128382293594119

ଦେବାଶିଷଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ଅନେକ ଭଲ ଖେଳାଳି ଅଛନ୍ତି , ବର୍ତ୍ତମାନ ରାଜେଶ ମହାନ୍ତି ଓ ଶୁଭ୍ରାଂଶୁ ସେନାପତି ଭଲ ଖେଳୁଛନ୍ତି, ଏହି ଦୁଇଜଣଙ୍କ ଉପରେ ନଜର ରହିଛି । ଓଡ଼ିଶା କ୍ରିକେଟର୍‌ଙ୍କ ପାଇଁ ନୂଆ ସମ୍ଭାବନା ରହିଛି, ଯଦି ଜଣେ ଭଲ ଖେଳିବ ତେବେ ତାଙ୍କ ପାଇଁ ସୁଯୋଗ ଅଛି । ଦେବାଶିଷ ମହାନ୍ତିଙ୍କୁ ବରିଷ୍ଠ ଚୟନକର୍ତ୍ତା ଭାବେ ନୂଆ ଦାୟିତ୍ୱ ମିଳିଥିବାରୁ ତାଙ୍କୁ ଏବେ ପ୍ରଶ˚ସାର ସୁଅ ଛୁଟୁଛି। ଆଗାମୀ ଦିନରେ ଭଲ ଟିମ ଗଠନ କରିବା ତାଙ୍କର ମୁଖ ଲକ୍ଷ୍ୟ ରହିବ ବୋଲି ଦେବାଶିଷ କହିଛନ୍ତି |