ଚାକିରିରୁ ଅବସର ନେବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆସନ୍ତା ଡିସେମ୍ୱର ୩୧ ତାରିଖରେ ତାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଏ ନେଇ ମିଳିଛି ଅନୁମତି । ସଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ତାଙ୍କୁ ଅବସର ନେବା ପାଇଁ ଅନୁମତି ମିଳିଥିବା ଉଲ୍ଲେଖ ରହିଛି । ଅସିତ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଉଛନ୍ତି ।
୧୯୮୬ ବ୍ୟାଚର ଆଇଏଏସ୍ ଅସିତ ତ୍ରିପାଠୀ ୨୦୧୯ ମସିହା ଅଗଷ୍ଟ ୧୫ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ । ତେବେ ବରିଷ୍ଠତା ଦୃଷ୍ଟିରୁ ଉନ୍ନୟନ କମିଶନ ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ।