Odia News Portal

କରୋନାରେ ଆକ୍ରାନ୍ତ ହେଲେ ଅଭିନେତ୍ରୀ ରକୁଲ ପ୍ରିତ ସିଂହ, ଆରୋଗ୍ୟ କାମନା କଲେ ଫ୍ୟାନ୍ସ

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ଏ ନେଇ ନିଜ ଇନ୍ସଟାଗ୍ରାମ ପେଜରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ‘ଅସୁସ୍ଥ ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲି ଯାହାର ରିପୋର୍ଟ ପଜିଟିଭ୍ ଆସିଛି । ଏବେ ମୁଁ ହୋମ କ୍ବାରେଣ୍ଟାଇନ୍‌ରେ ଅଛି ଓ ସୁସ୍ଥ ଅନୁଭବ କରୁଛି । ଖୁବଶୀଘ୍ର ସୁସ୍ଥ ହୋଇ ଶୁଟିଂ ଆରମ୍ଭ କରିବି ବୋଲି ଆଶା କରୁଛି’ ।

ତେବେ ତାଙ୍କ ସମ୍ପର୍କରେ ଯେଉଁମାନ ବି ଆସିଛନ୍ତି ସେମାନେ ନିଜର କରୋନା ଟେଷ୍ଟ କରିନେବାକୁ ରକୁଲ ଅନୁରୋଧ କରିଛନ୍ତି। ରକୁଲ କରୋନାରେ ଆକ୍ରାନ୍ତ ହେବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

କରୋନା ସଂକ୍ରମଣ ହେବା ପୂର୍ବରୁ ରକୁଲ ଅପକମିଂ ଫିଲ୍ମ ‘ମଇ ଡେ’ର ଶୁଟିଂ କରୁଥିଲେ। ଏହି ଫିଲ୍ମରେ ଅଜୟ ଦେବଗନ, ଅମିତାଭ ବଚ୍ଚନ ପ୍ରମୁଖ ଲିଡ ରୋଲରେ ଅଛନ୍ତି । ରକୁଲ ପ୍ରିତ ଏଥିରେ ଜଣେ ପାଏଲଟ ଭୂମିକାରେ ନଜର ଆସିବେ। ଅଜୟ ଦେବଗନଙ୍କ ପ୍ରଡକ୍ସନ ହାଉସରେ ତିଆରି ହେବାକୁ ଥିବା ଏହି ଫିଲ୍ମ ଆସନ୍ତା ୨୦୨୨ ଏପ୍ରିଲ ୨୯ରେ ରିଲିଜ ହେବ।