ଭାରତରେ ବ୍ରିଟେନର କରୋନା ପଜିଟିଭ୍ । ବ୍ରିଟେନ୍ରେ କରୋନା ଭାଇରସର ନୂଆ ରୂପ ମିଳିବା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଡିସେମ୍ବର ୨୨ ରାତିରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସବୁ ଫ୍ଲାଇଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର । ସୋମବାର ରାତିରେ ଲଣ୍ଡନରୁ ଆସିଥିବା ଫ୍ଲାଇଟ୍ରେ ୬ ଜଣ ଯାତ୍ରା କୋଭିଡ ସଂକ୍ରମିତ ଥିବା ଜଣାଯାଇଛି ଯାହା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି। ଦିଲ୍ଲୀ ବିମାନ ବନ୍ଦରରେ ଯାଞ୍ଚ ସମୟରେ ଡାକ୍ତରୀ ପରୀକ୍ଷାରୁ ଚିହ୍ନଟ ହୋଇଛନ୍ତି ୬ ଜଣ କରୋନା ପଜିଟିଭ୍ । ଏହି ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ଯାତ୍ରୀ ଓ କ୍ରୁ ମେମ୍ବର । ୨୬୬ ଜଣ ଯାତ୍ରୀ ବ୍ରିଟେନରୁ ଆସିଥିଲେ ।
ଲଣ୍ଡନରୁ କାଲି ରାତି ୧୦ଟା ୪୦ରେ ଆସିଥିବା ଏୟାର ଇଣ୍ଡିଆର ଫ୍ଲାଇଟ ୨୬୬ ଯାତ୍ରୀଙ୍କୁ ନେଇ ଆସିଥିଲା। ଏମାନଙ୍କ ମଧ୍ୟରୁ ୬ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ପଜିଟିଭ ଯାତ୍ରୀଙ୍କ ନମୂନା ପରୀକ୍ଷଣ କରାଯାଇ ସମସ୍ତ ଯାତ୍ରୀଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଇ ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଫ୍ଲାଇଟ୍ରେ ଥିବା ଅନ୍ୟ ଯାତ୍ରୀଙ୍କୁ ୭ ଦିନ କ୍ୱାରେଣ୍ଟିନ୍ରେ ରହିବା ବାଧ୍ୟତାମୂଳକ କରାଯାଇଛି। ପ୍ରତିଦିନ କ୍ୱାରେଣ୍ଟିନ୍ରେ ଥିବା ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ | କ୍ୱାରେଣ୍ଟିନରେ ରହିବାର ୬ଷ୍ଠ ଦିନ ସମସ୍ତଙ୍କର ପୁନର୍ବାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।