ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା ଓ ସିଙ୍ଗର ଗୁରୁ ରନ୍ଧାୱାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲସ । ମୁମ୍ବାଇରେ କୋଭିଡ ନିୟମ ଉଲଙ୍ଘନ ମାମଲାରେ ସୁରେଶ ରାଇନାଙ୍କୁ ସିଙ୍ଗର ଗୁରୁ ରନ୍ଧାୱାଙ୍କ ସହ ହାଜତକୁ ନିଆଯାଇଥିଲା। ତାଙ୍କ ବିରୋଧରେ ଧାରା ୧୮୮ରେ ମାମଲା ରୁଜ୍ଜୁ ହୋଇଛି। ତାଙ୍କୁ ଜାମିନରେ ଛାଡି ଦିଆଯାଇଛି।ମୁମ୍ବାଇରେ ଡ୍ରାଗନଫ୍ଲାଏ ନାମକ ଏକ କ୍ଲବରେ ରେଡ୍ କରି ମୁମ୍ବାଇ ପୋଲିସ୍ ଅନେକ ହାଇ ପ୍ରୋଫାଇଲ ସେଲିବ୍ରିଟୀଙ୍କୁ ଗିରଫ କରିଥିଲା । ଏଥିରେ ସାମିଲ ଅଛନ୍ତି ଉଭୟ କଳାକାର ଏବଂ କ୍ରିକେଟର । କ୍ଲବରେ କରୋନା ନିୟମ ଉଲଙ୍ଘନ କରି ଚାଲିଥିଲା ହାଇ ପ୍ରୋଫାଇଲ ପାର୍ଟି । ଏହି ପାର୍ଟିରେ ଗୁରୁ ରାନ୍ଧଓ୍ୱା, ସୁରେଶ ରୈନା, ସୁଜୈନ ଖାନ୍ ଏବଂ ର୍ୟାପର ବାଦଶାହ ଆଦି ସେଲିବ୍ରିଟି ଏହି ପାର୍ଟିରେ ସାମିଲ ଥିଲେ |
ତେବେ ଏମାନଙ୍କୁ ଜାମିନ ମିଳିସାରିଛି। ମୁମ୍ବାଇ ବିମାନବନ୍ଦର ନିକଟସ୍ଥ ଡ୍ରାଗନଫ୍ଲାଏ ପବରେ ପୋଲିସ ଚଢ଼ଉ କରିଥିଲା। ରାତି ପ୍ରାୟ ୩ଟାରେ ଅନ୍ଧେରୀର କ୍ଲବ ଡ୍ରାଗନ ଫ୍ଲାଇରେ ରେଡ଼୍ କରିଥିଲା ପୋଲିସ୍ । ପୋଲିସ୍ ସେଲିବ୍ରିଟିଙ୍କ ସହ ୩୪ ଜଣଙ୍କୁ ଅଟକ ରଖିଥିଲା । ଏମାନଙ୍କ ମଧ୍ୟରେ ୭ଜଣ ହୋଟେଲ ଷ୍ଟାଫ ମଧ୍ୟ ସାମିଲ ଅଛନ୍ତି। କରୋନା ନିୟମ ଉଲଙ୍ଘନ ଯୋଗୁଁ ଏମାନଙ୍କୁ ଗିରଫ କରାଯାଇଥିଲା।
ଏହି ପାର୍ଟିରେ ମୁମ୍ବାଇ ପୋଲିସ ଚଢ଼ଉ କରିଥିବା ଜାଣି କିଛି କଳାକାର କ୍ଲବର ପଛ ପଟ ଦ୍ୱାର ଦେଇ ଖସି ଯାଇଥିଲେ। ମୁମ୍ବାଇ ପୋଲିସ ସମସ୍ତଙ୍କ ବିରୋଧରେ ଧାରା ୧୮୮ ଅନୁଯାୟୀ ମହାମାରୀ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରିଛି। ପୋଲିସ ୨୭ ଜଣ ଗ୍ରାହକଙ୍କ ସମେତ ୭ ଜଣ କର୍ମଚାରୀଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଏବଂ ୨୬୯ ଅନୁସାରେ ମହାମାରୀ ଆକ୍ଟ ଦ୍ୱାରା ମାମଲା ରୁଜୁ ହୋଇଛି । ସୁରେଶ ରୈନାଙ୍କ ବିରୁଦ୍ଧରେ ମଧ୍ୟ ଧାରା ୧୮୮ ଅନୁସାରେ ମାମଲା ରୁଜୁ ହୋଇଥିବା କହିଛି ମୁମ୍ବାଇ ପୋଲିସ ।